ରାଇରଙ୍ଗପୁରରେ ମହମ୍ମଦ ଜୟନ୍ତୀ ପାଳିତ
ରାଇରଙ୍ଗପୁର , ( ଯୁଗାବ୍ଦ ନ୍ୟୁଜ) : ପବିତ୍ର ମହମ୍ମଦ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା, ଠାକୁରାଣୀ ବେଢ଼ା, ଗୋରୁମହିଷାଣୀ ,ବହଳଦା ବ୍ଲକର ଗମ୍ଭାରିଆ,ତିରିଂ ବ୍ଲକର ତିରିଂ,ଜାମଦା ବ୍ଲକର ତାରଣା, ବିଶୋଇ ବ୍ଲକର ଲୁହାକାନି,କୁସୁମିତ ବ୍ଲକର କୁସୁମି, ଦେଓଗାଁ, ତେଣ୍ଟପୋଷି ପ୍ରମୁଖ ମୁସଲମାନ ବହୁଳ ଅଞ୍ଚଳରେ ରବିବାର ମହମ୍ମଦ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ରବିବାର ସକାଳୁ ମୁସଲମାନ ଭାଇଭଉଣୀ ନୂଆ ବସ୍ତ୍ର ପରିଧାନ କରି ମସଜିଦ ଯାଇ ସମୂହ ନମାଜ ପାଠ କରିଥିଲେ । ଏହାପରେ ଏକ ସୁସଜ୍ଜିତ ରଥରେ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ସହର ପରିକ୍ରମା କରିବାପରେ ସମସ୍ତେ କୁଣ୍ଢାକୁଣ୍ଢି ହୋଇ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ମିଠା ଖୁଆ ଖୋଲି ହୋଇଥିଲେ ।