ରାଇରଙ୍ଗପୁରରେ ମୟୂରଭଂଜ ସାଂସଦଙ୍କ ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହୁଲଡିହାସ୍ଥ ପୁର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ମୟୂରଭଂଜ ଜିଲ୍ଲାର ବିଜେପି ସାଂସଦ  ବିଶେଶ୍ୱର ଟୁଡୁ ତାଙ୍କର ବାର୍ଷିକ କାର୍ଡ ଏକ ସାମ୍ବାଦିକ ସମ୍ମିଳନୀରେ ରବିବାର ଅପରାହ୍ନରେ ଉନ୍ମୋଚିତ କରିଛନ୍ତି । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଯେମିତି ବିଗତ ୫ବର୍ଷର ତାଙ୍କ ସରକାରର ରିପୋର୍ଟ କାର୍ଡ ଭାରତର ଜନ ସାଧାରଣଙ୍କୁ ଜଣାଇଥିଲେ । ତାଙ୍କରି କର୍ମଢାଞ୍ଚାରେ ଅନୁପ୍ରାଣିତ ହୋଇ ମୟୂରଭଂଜ ସାଂସଦ ତାଙ୍କର ଏକବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ମୟୂରଭଂଜ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ଏବଂ ବାସ୍ତବ କ୍ଷେତ୍ରରେ କେତେବାଟ କାମ ଆଗେଇଛି ତାହାକୁ ନେଇ ଓଡ଼ିଆ ଏବଂ ସାନ୍ତାଳୀ ଲିପିରେ ପ୍ରକାଶନ କରିଛନ୍ତି । ବିଜେପି ସରକାର ସମୟରେ ସାନ୍ତାଳୀ ଲିପି ମାନ୍ୟତା ପାଇଥିଲା ଏବଂ ମୟୂରଭଂଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ତେଣୁ ସାନ୍ତାଳୀ ଲିପିରେ ଆଦିବାସୀ ଭାଇ ଓ ଭଉଣୀ ବୁଝି ପାରିବେ ସେଥିଲାଗି। ସେ ଦୁଇଟି ଭାଷାରେ ପୁସ୍ତିକା ଛପାଇଛନ୍ତି । ବାରିପଦାରେ ପୂର୍ବରୁ ସେ ଓଡ଼ିଆ ପୁସ୍ତିକା ଉନ୍ମୋଚନ କରିଥିଲେ । ରାଇରଙ୍ଗପୁରରେ ସାନ୍ତାଳୀ ଲିପିରେ ଗଣମାଧ୍ୟମ ଏବଂ ଦଳୀୟ କର୍ମୀଙ୍କ ସମ୍ମୁଖରେ ରିପୋର୍ଟ କାର୍ଡ ପୁସ୍ତକ ଉନ୍ମୋଚିତ କରିଥିଲେ । ମୟୂରଭଂଜ ଜିଲ୍ଲାର ରେଳ, ଗମନାଗମନ, ବିଜୁଳି, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା,ପାଣି,କୃଷି ଦଳ ବିକାଶ ପାଇଁ ତାଙ୍କ ଦଳ,ସେ ନିଜେ ଓ ବିଧାୟକ ମାନେ ସଦାସର୍ବଦା ଚେଷ୍ଟିତ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ,ସାରସକଣା ବିଧାୟକ ବୁଢାନ ମୁର୍ମୁ , ପୂର୍ବତନ ଟସର ନିଗମ ଅଧ୍ୟକ୍ଷ ସଂଜୀବ ମହାନ୍ତି ସମେତ ବହୁ ନେତୃବୃନ୍ଦ ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ