ରାଇରଙ୍ଗପୁର ଅବକାରୀ ବିଭାଗର ଚଢାଉ, ଚୋରା ମଦ ଜବତ
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଦୁର୍ଗାପୂଜା ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମଦ କାରବାରରେ ଲିପ୍ତଥିବା ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଛି । ସେମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଶନବଣି ଗ୍ରାମର ଗୁରୁପ୍ରସାଦ ପାତ୍ର, ପଦ୍ମପୁରର ସିନ୍ଗୋ ମାହାଲି ଏବଂ ପିଠାକୁଟୁଣି ଗ୍ରାମର ମୁଣ୍ଡୁ ମାହାଲି । ସେମାନଙ୍କ ଠାରୁ ୨୨ ଲିଟର ଚୋରାମଦ ଏବଂ ଅନ୍ୟାନ୍ୟ ମାଦକତା ସାମଗ୍ରୀ ଜବତ କରାଯାଇଛି । ଚଢାଉରେ ରାଇରଙ୍ଗପୁର ଅବକାରୀ ନିରିକ୍ଷକ ସୁଫଳ ମହାନ୍ତି, ସବ ଇନ୍ସପେକକ ପୂର୍ଣେନ୍ଦୁ ରାଉତ, ବହଳଦା ସବ୍ ଇନ୍ସପେକ୍ଟର ରବି ପ୍ରଧାନ ଅନ୍ୟାନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ ।