“ଲକ୍ଷ୍ମୀ ବମ୍’ର ନୂଆ ପୋଷ୍ଟର ରିଲିଜ୍: ଶାଢ଼ି ପିନ୍ଧି ଭିନ୍ନ ଲୁକରେ ଅକ୍ଷୟ

ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ “ଲକ୍ଷ୍ମୀ ବମ୍’ର ଏକ ନୂଆ ଏବଂ ଦମ୍ଦାର ପୋଷ୍ଟର ରିଲିଜ୍ ହୋଇଛି । ନିଜେ ଅକ୍ଷୟ ଏହି ପୋଷ୍ଟରଟିକୁ ନିଜର ସାସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିରେ ସେ ଟ୍ରାନ୍ସଜେଣ୍ଡର (ତୃତୀୟଲିଙ୍ଗୀ) ଚରିତ୍ରରେ ଅଭିନୟ କରୁଛନ୍ତି ।
ରିଲିଜ୍ ହୋଇଥିବା ନୂଆ ପୋଷ୍ଟରରେ ଅକ୍ଷୟ ଗୋଲାପୀ ରଙ୍ଗର ଏକ ଶାଢ଼ି ପିନ୍ଧିଥିବା ବେଳେ ବେକରେ ତାବିଜ ଏବଂ ମଥାରେ ବଡ଼ ଟିକିଲି ଲଗାଇଛନ୍ତି । ଏଥିରେ ଅକ୍ଷୟଙ୍କ ଲୁକରେ ତିକ୍ତଭାବ ଦେଖିବାକୁ ମିଳୁଛି । ଫିଲ୍ମକୁ ନେଇ ସେ କୁହନ୍ତି, ଏପରି ଏକ ଚରିତ୍ରରେ ଅଭିନୟ କରୁଛି ଯାହାକୁ ନେଇ ମୁଁ ବହୁତ ଉତ୍ସାହିତଥିବା ବେଳେ ନର୍ଭସ ମଧ୍ୟ ଅଛି । ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏହି ଲୁକକୁ ଖୁବ୍ ପ୍ରଶଂସା କରାଯାଉଛି । ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଏପରି ଚରିତ୍ରରେ ଦର୍ଶକଙ୍କ ସମ୍ମୁଖକୁ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ