ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ମହିଳାଙ୍କୁ ‘କରୋନା’ ସଚେତନତା : ସାବୁନ୍ ଓ ପେଡ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ଏକବିଂଶ ଶତାବ୍ଦୀର ବିଶ୍ୱର ଅଦୃଶ୍ୟ ମହାମାରୀ ‘କରୋନା’ ଭୂତାଣୁ ସଂକ୍ରମଣ କବଳରେ ଛଟପଟ ହେଉଛି ମଣିଷ ସମାଜ । ଏପର୍ଯ୍ୟନ୍ତ ଡାକ୍ତରୀ ବିଜ୍ଞାନ ସଫଳତାର ବହୁ ଦୂରରେ । ସମସ୍ତେ ଭଗବାନଙ୍କ ଶରଣାପନ୍ନ ।ଏହାର କିଞ୍ଚିତ ମାତ୍ର ସାବଧାନତା ହେଉଛି ସାବୁନରେ ଦେହ, ହାତ, ମୁହଁ ଧୋଇ ହେବା,ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ,ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା, କିଛି ଥଣ୍ଡା, କାଶ, ସର୍ଦ୍ଦି , ଛିଙ୍କିଲା, ଛାତି ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା । ଭାରତ ଏକ ଜନବହୁଳ ଦେଶ ।୧୩୪କୋଟିରୁ ୭୦କୋଟି ଲୋକ ନିରକ୍ଷର ଓ ଅଶିକ୍ଷିତ । ଏମାନଙ୍କୁ ସଚେତନ କରାଇବା ପ୍ରଶାସନ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ସମସ୍ତଙ୍କ ଦାୟିତ୍ଵ । ଆମ ଦେଶର ଲୋକେ ‘କରୋନା’ କ’ଣ ଶୁଣିଛନ୍ତି ହେଲେ ୧୦୦କୋଟିରୁ ଉର୍ଦ୍ଧ୍ବ ଲୋକ ଏହାର ଭୟାବହତା କ’ଣ ଜାଣି ନାହାନ୍ତି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ କରି କିଛିଟା ସଚେତନ କରାଇଛନ୍ତି । ତଥାପି ଏହି ‘କରୋନା’ ଯୁଦ୍ଧରେ ମହାନ୍ ଯୋଦ୍ଧା ଅଟନ୍ତି ନାରୀ ସମାଜ ।ମା’ହେଲେ ପାଠୋଇ ସମାଜ‌ ହେବ ଆଗେଇ ।ଘରେ ମା’ଙ୍କର, ମାନଙ୍କର ଭୂମିକା ଅବର୍ଣ୍ଣନୀୟ ।ସେମାନେ ସଚେତନ ହୋଇଥିଲେ ସମଗ୍ର ପରିବାର ତଥା ବେଧଡକ ସ୍ବାମୀ, ଅମାନିଆ ପୁଅଝିଅ, ଅବୁଝା ଶାଶୁ ଶ୍ୱଶୁରଙ୍କୁ ସେମାନେ ଵୁଝାଇ ସଚେତନ କରାଇବେ ।’କରୋନା’ଏମିତି ଏକ ଚୋର ଘରେ ଟିକେ କବାଟ ଖୋଲିଲେ ସଙ୍ଗେ ସଙ୍ଗେ ବୁଢ଼ାବୁଢ଼ୀ ଙ୍କ ଉପରେ ବେତାଳ ଭଳି ଓହଳି ପଡ଼ିବେ ଜମା ଛାଡିବେ ନାହିଁ । ସମାଜରେ ମହିଳାଙ୍କ ସଂଖ୍ୟା ଅଧା । କେବଳ ପ୍ରଶାସନ ଚାହିଁଲେ ଏକାକୀ ‘କରୋନା’ସହିତ ଲଢ଼ି ପାରିବେ ନାହିଁ । ଏଥିପାଇଁ ମା’ ମାନଙ୍କର ସର୍ବାଧିକ ଦାୟିତ୍ଵ । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ଶକ୍ତିକୁ ମହାନ କରୋନା ଯୋଦ୍ଧା କହିଛନ୍ତି ଏବଂ ସେମାନଙ୍କ ନିଃସ୍ଵାର୍ଥପର ସମାଜସେବା ପାଇଁ ପାଇଁ ପ୍ରଶଂସା କରିଛନ୍ତି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ମଙ୍ଗଳବାର ଦିନ ବାମନଘାଟୀ ଉପଖଣ୍ଡର ମହାନ କରୋନା ଯୋଦ୍ଧା ଏସଡିପିଓ ସ୍ନେହାସୀସ ସାହୁ ଏବଂ ରାଇରଙ୍ଗପୁରର ମହାନ କରୋନା ଯୋଦ୍ଧା ରାଇରଙ୍ଗପୁର ଆଦର୍ଶ ଥାନା ଅଧୀକାରିଣୀ ରେଣୁବାଳା ସାହୁଙ୍କ ନିର୍ଦେଶକ୍ରମେ ଆଜି ରାଇରଙ୍ଗପୁର ପୌରାଞ୍ଚଳର ୩ ନମ୍ବର ଓ୍ବାର୍ଡର ଡିଫେନ୍ସ କଲୋନୀରେ ମହିଳାଙ୍କୁ ନେଇ ଏକ କରୋନା ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଦକ୍ଷ ମହିଳା ପୋଲିସ ସବ ଇନ୍ସପେକ୍ଟର ସଂଗୀତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।ମାଡାମ ସଂଗୀତା ଦାସ ମହିଳା ମାନଙ୍କୁ ମହାମାରୀ ‘କରୋନା’ର ଭୟାବହତା,ଲକ୍ଷଣ ଏବଂ ଏହାଠାରୁ କିପରି ରକ୍ଷା ପାଇବା ତାହାରି ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ମହିଳା ମାନେ ଘରର ମେଇ ଖୁଣ୍ଟ ।ସେମାନେ ଯଦି ପରିଷ୍କାର ପରିଚ୍ଛନ୍ନ ରହିବେ ,ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ବ ବଜାୟ ରଖିବେ ସାବୁନ୍ ରେ ମୁହଁ ହାତ ଧୋଇବେ ତାହାହେଲେ ଘରର ପରିବାର ଲୋକେ ଅନୁକରଣ କରିବେ ବୋଲି ‌ହାତ ଯୋଡ଼ି ଅନୁରୋଧ କରିଥିଲେ ।ଏଥିରେ ୭୫ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ । ପୋଲିସ ତରଫରୁ ମହିଳା ମାନଙ୍କୁ ସାବୁନ୍,ଶୌଚତା ପାଇଁ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ମହିଳା ମାନେ ସଂଗିତା ମାଡାମ ଓ ତିର୍କୀ ମାଡାମଙ୍କଠାରୁ ମହାମାରୀ ‘କରୋନା’ର ଭୟାବହତା ଏବଂ ଏହାଠାରୁ କିପରି ରକ୍ଷା ପାଇବା ଶୁଣି ନିଜକୁ ସୁରକ୍ଷିତ ରଖିବା ସହ ପରିବାର ଏବଂ ପଡ଼ୋଶୀଙ୍କୁ ସୁରକ୍ଷିତ କରାଇବା ନେଇ ବଜ୍ର ଶପଥ ନେଇଥିଲେ ।ତଦସହ ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ଏଭଳି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଏସଡିପିଓ ସ୍ନେହାସୀସ ସାହୁ, ରାଇରଙ୍ଗପୁର ଟାଉନ ଆଇଆଇସି ରେଣୁବାଳା ସାହୁ,ସବଇନ୍ସପେକ୍ଟର ସଂଗିତା ଦାସ, ତିର୍କୀ ମାଡାମ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ