ମନୋଗା,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ମନରେଗା କାର୍ଯ୍ୟକୁ ନେଇ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ସୋମବାର ଅପରାହ୍ନରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏନେଇ ଦିଗପହଣ୍ଡି ଥାନାରେ ବି . କାର୍ତ୍ତିକ ଦୋରା ଏତଲା ଦେଇଛନ୍ତି । ଅପରାହ୍ନ ସମୟରେ ଉଭୟ ଗୋଷ୍ଠୀ ବ୍ଳକ କାର୍ଯ୍ୟାଳୟକୁ ଆସିଥିଲେ । ତେବେ କୈାଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ପରସ୍ପର ଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ ରୁ ଗଣ୍ଡଗୋଳ ର ସୂତ୍ରପାତ ଘଟିଥିଲା । ପରବର୍ତ୍ତୀ ସମୟରେ କାର୍ତ୍ତିକ ଥାନାରେ ପହଞ୍ଚି ଗ୍ରାମର ସୀମା ରେଡ୍ଡୀ , ଜି . ବଂଶୀ ଦୋରା , ଜି . ନିରଞ୍ଜନ ରେଡ୍ଡୀ , ଜି . ସୁଶାନ୍ତ ରେଡ୍ଡୀଙ୍କ ନାମରେ ଏତଲା ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।ପୁଲିସ ଘଟଣାର ତଦନ୍ତ ଚଳାଇଛନ୍ତି।ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ଙ୍କୁ ପଚାରିବାରୁ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ବଚସା ହୋଇଥିବା ସେ ଶୁଣିବାକୁ ପାଇଥିଲେ।ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ କୌଣସି ଗଣ୍ଡଗୋଳ ହୋଇନଥିବା ସେ ଉଲ୍ଲେଖ କରିଛନ୍ତି।
- ଟଙ୍କା ଆତ୍ମସାତ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ
- କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ