ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ସ୍ୱର୍ଗତ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ ଏକାଦଶାହରେ ଗଭିର ଶ୍ରଦ୍ଧାଂଜଳି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ କୋଲକତାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ତାଙ୍କର ଆଜି ରାଇରଙ୍ଗପୁରର ୧୩ ନମ୍ବର ଓ୍ବାର୍ଡ ବାସ ଭବନରେ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଦ୍ରୋପଦୀ ମୁର୍ମୁ, ରାଜ୍ୟ ବିଜେପି ସଂପାଦକ ନବିନ ରାମ,ମନୋଜ ଦାସ, ସରୋଜ ମହାନ୍ତ,ରାମରାୟ ହାଁସଦା,ଲାଗୁ ମାର୍ଣ୍ଡି,ବିଜୁ ଗୋପାଲ ଗୋପ,ହିରଣ୍ମୟ ଏବଂ ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।ସେ ଜଣେ ଦକ୍ଷ ସ୍ବାସ୍ଥ୍ୟ ପ୍ରଶାସକ, ପରୋପକାରୀ, ଧର୍ମପରାୟଣ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କରି ୧୪ ବର୍ଷ ରାଇରଙ୍ଗପୁର ହସ୍ପିଟାଲରେ ରାଇରଙ୍ଗପୁର ଡାକ୍ତରଖାନାର ବହୁ ଉନ୍ନତିମୂଳକ କାମ ହୋଇଥିଲା ।ତାଙ୍କରି ସମୟରେ ରାଇରଙ୍ଗପୁର ହସ୍ପିଟାଲ ଦୁଇ ଥର ରାଜ୍ୟରେ କାୟାକଳ୍ପ ପ୍ରଥମ ଏବଂ ଦୁଇ ଥର ଦିତୀୟ ପୁରସ୍କାର ଲାଭ କରିଥିଲା ।