ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣୀ

ରାଇରଙ୍ଗପୁର, (ଯୁଗାବ୍ବ ନ୍ୟୁଜ) : ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମା,ରାଇରଙ୍ଗପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ନବ ନିଯୁକ୍ତ ଜିଲ୍ଲା ଆରକ୍ଷୀ ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କ ମିଳିତ ଅଧ୍ଧକ୍ଷତାରେ ବାମନଘାଟୀ ଉପଖଣ୍ଡସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।ତାଙ୍କ ସହିତ ରାଇରଙ୍ଗପୁର ସମନ୍ବିତ ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ। ଲାଗୁରୀ ,ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ପ୍ରମୁଖ ଶୁଣାଣୀରେ ସହାୟତା ଝକରିଥିଲେ ।ଏଥିରେ ୭ଟି ବ୍ଲକ ଏବଂ ରାଇରଙ୍ଗପୁର ପୌରାଞ୍ଚଳର ୭୮ ଜଣ ଅଭିଯୋଗ ପଂଜୀକୃତ ହୋଇଥିଲା ।ତନ୍ମଧ୍ଧରୁ ୫୮ ଟି ବ୍ୟକ୍ତିଗତ, ୧୮ ଟି ଗୋଷ୍ଠୀ ଗତ ଥିଲା ।ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା ନିମନ୍ତେ ଜଣଙ୍କୁ ୧୦,୦୦୦ ଟଙ୍କା ଏବଂ ରେଡକ୍ରସ ଫଣ୍ଡରୁ ଜଣଙ୍କୁ ୫୦୦୦ ଟଙ୍କା ଜିଲ୍ଲାପାଳ ମହୋଦୟ ପ୍ରଦାନ କରିଥିଲେ ।ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ପାଇଁ ବିଭାଗୀୟ କତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ