ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ କରୋନା ସଚେତନ
ମୟୁରଭଞ୍ଜ :ରାଇରଙ୍ଗପୁର-କରୋନା ପାଇଁ ବିଶ୍ବର ମାନବ ସମାଜ ଆଜି ଶଙ୍କା ଗ୍ରସ୍ତ ଓ ଭୟଭୀତ । ଏପର୍ଯ୍ୟନ୍ତ ଏହାର ସଠିକ୍ ଔଷଧ ବାହାରି ପାରିନାହିଁ ।ଏହା ଏକ ବାୟୁ ଜନିତ ଓ ଡିଆଁ ରୋଗ ।କରୋନାଠାରୁ ଦୂରେଇ ରହିବା ପାଇଁ ନିଜକୁ ନିଜେ ସଚେତନ ତା ଅବଲମ୍ବନ କରିବାକୁ ପଡ଼ିବ । ଲୋକମାନଙ୍କୁ ସଚେତନ କରାଇବା ପାଇଁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଡାମତଳିଆ, ହାଟବାଦଡା ସାପ୍ତାହିକ ହାଟ, ବିଜାତଳା ସାପ୍ତାହିକ ହାଟ ଏବଂ ବିଭିନ୍ନ ସ୍ଥାନରେ ମୋବାଇଲ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଠାଆଁକୁ ଠାଆ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଶୁଣାଇବା ସହ ମାସ୍କ ପିନ୍ଧିବା, ସାବୁନରେ ହାତ, ଗୋଡ଼, ମୁହଁ ଧୋଇହେବା, ପରିଷ୍କାର ପରିଚ୍ଛନ୍ନ ରହିବା, ଉଷୁମ ପାଣି ପିଇବା, ଥଣ୍ଡା ରେ ବୁଲିବା ନାହିଁ, କିଛି ଅସୁବିଧା ହେଲା ଡାକ୍ତରଙ୍କ ପରାମର୍ଶ ନେବା, ଭିଡ଼ ସ୍ଥାନକୁ ଯିବା ନାହିଁ, ବାସି ଖାଦ୍ୟ ଖାଇବା ନାହିଁ, ନିଜେ ସତର୍କତା ଅବଲମ୍ବନ କରିବା ସହ ପଡୋଶୀକୁ ସଚେତନ ବାର୍ତ୍ତା ବାଣ୍ଟିବା ଇତ୍ୟାଦି ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ଏଏସଆଇ ରାଜେଶ ଶତପଥୀ, ଅଜିତ ମହାନ୍ତ, ଅନ୍ୟ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସର ଏତାଦୃଶ ଜନହିତକର କଲ୍ୟାଣ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।