ରାଇରଙ୍ଗପୁର ପୋଲିସ ସମିତି ତରଫରୁ କରୋନା ସଚେତନତା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଇରଙ୍ଗପୁର ଟାଉନ ଥାନା ଆମ ପୋଲିସ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ, ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ସମେତ ଟାଉନଥାନାର ସମସ୍ତ ପୁଲିସ ଅଧିକାରୀ ସାମିଲ ହୋଇଥିଲେ । ପ୍ରାରମ୍ଭରେ ‌ ଏକ କରୋନା ସଚେତନ ରଥ ବାହାର କରାଯାଇ ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ମାସ୍କ ବଣ୍ଟନ ସହ ମାସ୍କ ପିନ୍ଧିବା ବ୍ୟବହାର ସମ୍ବନ୍ଧରେ ବୁଝାଇଥିଲେ । ସାବୁନ ସହାୟତା ରେ ହାତ ଗୋଡ ଧୋଇବା,ସାନିଟାଇଜେସନ ବ୍ୟବହାର କରିବା,ଯୋଗ,ପ୍ରାଣାୟମ କରିବା,ଭିଡ଼ ଭିତରକୁ ନ ଯିବା , ଘରୁ ବାହାରିଲେ ମାସ୍କ ପିନ୍ଧିବା,ବାଇକରେ ଗଲେ ମାସ୍କ ପିନ୍ଧିବା ସହ ହେଲମେଟ ପିନ୍ଧିବା ‌, ଜ୍ବର ହେଲେ ଡାକ୍ତର ପରାମର୍ଶ ନେବା ନେଇ ଲୋକମାନଙ୍କୁ ସଚେତନର ବାର୍ତ୍ତା ବାଣ୍ଟି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ