ରାଇରଙ୍ଗପୁର ପୌର ନିର୍ବାଚନ ରେ ବିଜେପିର ମାରାଥନ୍ ପ୍ରଚାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୂର ପୌର ପରିଷଦ ନିର୍ବାଚନରେ ବିଜେପିର ମାରାଥନ୍ ପ୍ରଚାର ।ଏଥର ରାଜ୍ୟ ବିଜେପି ସଂପାଦକ ତଥା ଚଳିତ ବର୍ଷ ରାଇରଙ୍ଗପୁର ପୌର ପରିଷଦର ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ନବୀନ ରାମ ନିଜେ ବିଜେପିର ମଙ୍ଗୁଳି ସାଜି ତାଙ୍କର ଦଳୀୟ କାଉନସିଲର ପ୍ରାର୍ଥୀଙ୍କ ସହ ମାରାଥନ୍ ପ୍ରଚାର ଚଳାଇଥିଲେ । ତାଙ୍କୁ ସହଯୋଗ କରିଥିଲେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର ଏବଂ ଦଳୀୟ ସାଂଗଠନିକ ନେତୃବୃନ୍ଦ । ରାଇରଙ୍ଗପୁର ପୌରାଞ୍ଚଳର ସର୍ବାଙ୍ଗୀନବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ତାଙ୍କ ଦଳକୁ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଭୋଟର ଭାଇ ଭଉଣୀ ମାନଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ