ରାଇରଙ୍ଗପୁର ବିଧାୟକଙ୍କ ତିରିଂ’ ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାୟକ ଶ୍ରୀ ନବଚରଣ ମାଝୀ ତିରିଂ’ ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି । ସେ ପ୍ରଥମେ ତିରିଂ’ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସ୍ୱାସ୍ଥ୍ୟସେବା ସମସ୍ୟା ଏବଂ ଡାକ୍ତରଖାନାର ଉନ୍ନତ୍ତିକରଣ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ। ପରେ ମରୁଡି ପଡିଥିବା ଅଭିଯୋଗ ହୋଇଥିବା ଗିତିଲତା ଗ୍ରାମପଞ୍ଚାୟତର ବଡକୁମରୁମ୍, ନୂଆଡିହି ଓ ଯଦୁନାଥପୁର ଆଦି ଗ୍ରାମକୁ ଗସ୍ତ କରି କୃଷି ବିଭାଗ ପକ୍ଷରୁ ମରୁଡି ଆକଳନ କରାଯିବାକୁ ଧାନ କ୍ଷେତରୁ ହୋଇଥିବା କ୍ରପ୍ କଟିଂ ଅଞ୍ଚଳ ସବୁ ପରିଦର୍ଶନ କରିଥିଲେ । ବିଧାୟକ ଶ୍ରୀ ମାଝୀଙ୍କ ଏହି ଗସ୍ତବେଳେ ବିଜେପି ଆଦିବାସୀ ଜିଲ୍ଲା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି,ତିରିଂ’ବ୍ଲକ ମଣ୍ଡଳ ସଭାପତି ଜୟଶଙ୍କର ମହାନ୍ତ,ଡାଳିମା ମଣ୍ଡଳ ସଭାପତି ସୁନୀଲ ସାଉଁୟା,ବିଧାୟକ ପ୍ରତିନିଧି ରାମରାୟ ହାଁସଦାଃ,ସାଂସଦ ପ୍ରତିନିଧି ଦଶରଥ ସିଂ,ଶଙ୍କର ମଣ୍ଡଳ,ଧନେଶ୍ୱର ମହାପାତ୍ର ଓ ସୁବାସ ବେହେରା ପ୍ରମୁଖ ବିଧାୟକଙ୍କ ସହିତ ରହି ତାଙ୍କ ମାର୍ଗ ଦର୍ଶନ କରିଥିଲେ ।