ରାଇରଙ୍ଗପୁର ବିଧାୟକ କରୋନା ଆକ୍ରାନ୍ତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ପଶ୍ଚିମ ମୟୂରଭଂଜ (ବାମନଘାଟୀ ଉପଖଣ୍ଡ-ପଞ୍ଚପୀଢ ଉପଖଣ୍ଡ) ବିଜେପି ଜିଲ୍ଲା ସଭାପତି ନବ ଚରଣ ମାଝୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ତାଙ୍କ ସଂସ୍ପର୍ଶରେ ଯେଉଁ ମାନେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରି ନିଜ ଜୀବନକୁ ସୁରକ୍ଷିତ ଓ ସୁଖମୟ ରଖିବାକୁ ନିବେଦନ କରିଛନ୍ତି ।ଖବର ପାଇ ବିଜେପି କର୍ମୀ ବୃନ୍ଦ ଓ ତାଙ୍କର ଶୁଭେଛୁମାନେ ବିଧାୟକଙ୍କର ଶିଘ୍ର ଆରୋଗ୍ୟ କାମନା କରି ପୁଣି ଥରେ ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ହେବା ପାଇଁ ମା’କୀଚକେଶ ବରୀଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।