ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଏନ.ଏସ.ଏସ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି | ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ରାମଙ୍କ ମଗାଦର୍ଶନରେ ଏହି କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ କର୍ମଚାରୀ ଓ ସ୍ଵେଛାସେବି ମାନେ ଅଂଶ ଗ୍ରହଣ କରିଥିଲେ | ମୁଖ୍ୟ ଅତିଥି ଭାବରେ ସମ୍ବାଦର ସାମ୍ବାଦିକ ତୁଷାର କୁମାର ମହାନ୍ତ ଯୋଗ ଦେଇ ଏହି ଦିବସର ଉଦେଶ୍ୟ ଆଲୋକପାତ କରିଥିଲେ | ବିଜୟ କୁମାର ରାମ ସମସ୍ଥଙ୍କୁ ଏକତା ଦିବସ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ପାଇଁ ଏକ ଶପଥ ପାଠ ଆୟୋଜନ କରିଥିଲେ | ଶ୍ୟାମ ସୁନ୍ଦର ମଣ୍ଡଳ, ମମ୍ମି ମଣ୍ଡଳ, ରିମା ମଣ୍ଡଳ, ସିନ୍ଧୁରେଖା ମହାନ୍ତି,ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ | ସଭା ଶେଷରେ ଅମିତ ଗୋପାଳ ତାଙ୍କ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ