ଜୁଆ ନଖେଳିବାକୁ ସଚେତନ କଲା ହିଞ୍ଜିଳି ପୁଲିସ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ବ ଭାବେ ଦଶହରା ବା ଦୁର୍ଗା ପଜା ଅନ୍ୟତମ । ଆଶ୍ୱିନ ମାସ ଆରମ୍ଭରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ଜିଲ୍ଲାର ଗ୍ରାମାଂଚଳ ଠାରୁ ୍ରଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଆବାଳ ବୃଦ୍ଧ ଚନିତା ପ୍ରାୟତଃ ସମସ୍ତେ ଜୁଆ ଖେଳରେ ଲିପ୍ତ ରହିଥାନ୍ତି । ପରମ୍ପରା ନାମରେ ଜୁଆ ଖେଳ ଜୋରସୋରରେ ଚାଲୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ୬ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକଡ଼ାଉନ, ସଟଡ଼ାଉନ ବଳବତର ରହିଥିବାରୁ ବହୁ ଲୋକେ ନିଜ ନିଜର ଜୀବନ ଜୀବିକା ହରାଇ ବସିଛନ୍ତି । ଏହି ପରିପ୍ରେକ୍ଷୀରେ କୁମାର ପୁର୍ଣ୍ଣିମା ଅବସରରେ ହିଞ୍ଜିଳିକାଟୁ ବାସୀ ଜୁଆ ଖେଳରୁ ନିବୃତ ରହିବା ସକାଶେ ଡ଼ାକବାଜି ଯନ୍ତ୍ର ସହାୟତାରେ ସହରବାସୀଙ୍କୁ ଅନୁରୋଧ କରାଯାଇଛି । ଏହାକୁ ଅମାନ୍ୟ କରି ଜୁଆ ଖେଳରେ ଯେଉଁ ମାନେ ଲିପ୍ତ ରହିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ