‘ରାଇରଙ୍ଗପୁର ‘ସମ୍ବାଦ ସାହିତ୍ୟଘରର ମାସିକ ଆସର ଓ ‘ସ୍ୱାଭିମାନ ଦିବସ’ ପାଳନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ଉପ-ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ପବିତ୍ର ‘ସ୍ୱାଭିମାନ ଦିବସ’ ଓ ମଧୁବାବୁ ତଥା ଉତ୍କଳର ସ୍ୱାଭିମାନ ଉପରେ ଆଧାରିତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ପରିବେଶବିତ୍ ତଥା ମୟୂରଭଞ୍ଜର ଅବୈତନିକ ବଣ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରଦୀପ୍ତ କବି ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ,ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ସଂଯୋଜକ ତଥା ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ସ୍ୱାଭିମାନୀ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୀବନୀ ତଥା ଆଧୁନିକ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ କବି ଓ କବୟତ୍ରୀ ମାନଙ୍କ ସୃଜନଶୀଳତାକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସ୍ବାଭିମାନ ଦିବସକୁ ସମଗ୍ର ଓଡିଶାରେ ସରକାରୀ ଭାବରେ ପାଳନ କରିବା ପାଇଁ ମତ ରଖିଥିଲେ । ସମ୍ବାଦ ସାହିତ୍ୟଘରର ସମ୍ପାଦକ ଡଃ ଦିଗମ୍ବର ଗିରି ବିବରଣୀ ପାଠ କରିଥିଲେ । ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଧୁବାବୁଙ୍କ ଜୀବନୀ ଓ ସ୍ବାଭିମାନ ଉପରେ ଯଥାକ୍ରମେ ଡଃ ତନ୍ମୟୀ ରଥ, ସାରସ୍ୱତ ସାଧୀକ ଉର୍ମିଳା ପାଣି, ଡଃ ଦିଗମ୍ବର ଗିରି,ତିମିର ରଞ୍ଜନ ପଣ୍ଡା ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ରଞ୍ଜନ କୁମାର ନନ୍ଦଙ୍କ ମନଛୁଆଁ ସଂଯୋଜନା ମାଧ୍ୟମରେ କବି ଦୀପ୍ତି ରେଖା ମହାନ୍ତି, ଗୋପାଳକୃଷ୍ଣ ମହାନ୍ତି, ଯୋଗେନ୍ଦ୍ର ନାଥ ନନ୍ଦି, ଜଗନ୍ନାଥ ବଳ, ଉର୍ମିଳା ପାଣି,ଡଃ ମିଲନ ମହାନ୍ତ, ଜି.ଏସ୍ .ରଜତ ଦଳେଇ, ଡଃ ତନ୍ମୟୀ ରଥ, ଡଃ ଦିଗମ୍ବର ଗିରି ,ତିମିର ରଞ୍ଜନ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ୟ୍ୟକ୍ରମ ଶେଷରେ ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।


