ରାଇରଙ୍ଗପୁର ସେବାକେନ୍ଦ୍ର ତରଫରୁ ରକ୍ଷାବନ୍ଧନ ଉତ୍ସବ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ପ୍ରଜାପତି ତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ , ରାଇରଙ୍ଗପୁର ସେବାକେନ୍ଦ୍ର ଆନୁକୁଲ୍ୟରେ ପବିତ୍ର ରକ୍ଷାବନ୍ଧନ ମହୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ସେବାକେନ୍ଦ୍ର ପରିସରରେ ଏଥିରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ,ଆଧ୍ଯାତ୍ମପ୍ରେମୀ ଭାଇ ଭଉଣୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ସୁପ୍ରିୟା ରକ୍ଷାବନ୍ଧନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଭାଇ ଏବଂ ମାନଙ୍କୁ ଆତ୍ମସ୍ମୃତିର ତିଳକ ଲଗାଇ ପବିତ୍ରତାର ସୂଚକ ରକ୍ଷା ସୂତ୍ର ବାନ୍ଧିବା ସହ ରକ୍ଷାବନ୍ଧନ ପର୍ବର ଅଲୌକିକତାପୂର୍ଣ ଜ୍ଞାନ ଯୁକ୍ତ ରହସ୍ୟ ଉପରୃ ଆଲୋକ ପାତ କରିଥିଲେ । ବାସ୍ତବିକ ଜୀବନ ବଂଚିବା ପାଇଁ ଆଧ୍ୟାତ୍ମିକ ତାର ସୂତ୍ର ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଶେଷରେ ଉପସ୍ଥିତଥିବା ସମସ୍ତ ଅତିଥି ଓ ଭାଇ ଭଉଣୀଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା ।ପରେ ରାଇରଙ୍ଗପୁର ଉପକାରାଗାରରେ ଜେଲ ଅନ୍ତେବାସୀଙ୍କୁ ମଧ୍ୟ ରାକ୍ଷୀ ବନ୍ଧନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂସ୍ଥାର ଭାଇ ଓ ଭଉଣୀମାନେ ପରିଚାଳନାରେ ସହଯୋଗ କରିଥିଲେ ।