ରାଇରଙ୍ଗପୁରରେ ‘ପରିକ୍ରମା’ ଆନୁକୂଲ୍ୟରେ ମେଧା ସମ୍ବର୍ଦ୍ଧନା ସମାରୋହ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଆନୁକୁଲ୍ୟରେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପଠାରେ ‘ମେଧା ସମ୍ବର୍ଦ୍ଧନା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପରିକ୍ରମାରେ ଅଧ୍ୟକ୍ଷ ମନୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ ଅତିଥି ଭାବେ ଉଦ୍ୟୋଗପତି ଜଗଦିଶ ମିଶ୍ରା, ସମ୍ମାନିତ ଅତିଥି ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ଶିକ୍ଷାବିତ୍ ଡଃ ହିମାଂଶୁ ଶେଖର ପଟ୍ଟନାୟକ, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ବିଶିଷ୍ଟ ସମାଜସେବୀ ଈଶାନ ମିଶ୍ର, ସମାଜସେବୀ ସୁବାଷ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିବାବେଳେ ଶିକ୍ଷକ ରଂଜନ କୁମାର ନନ୍ଦ ମଂଚ ପରିଚାଳନା କରିଥିଲେ ।ମଂଚାସୀନ ଅତିଥିଗଣ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରଗତି ରଥ ପାଇଁ ଯେମିତି ଶିକ୍ଷା ଆବଶ୍ୟକ ସମାଜର ସୁସ୍ଥ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଭଲ ମଣିଷ ହେବା ସାଂପ୍ରତିକ ପରିସ୍ଥିତିରେ ଆବଶ୍ୟକତା ପଡ଼ିଛି ।ତେବେ ଯାଇ ସମାଜ ସନ୍ତୁଳିତ ଅବସ୍ଥାରେ ରହିବ ବୋଲି କହିଥିଲେ । ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନ ତଥା ସିବିଏସଇ, ରାଜ୍ୟ ବୋର୍ଡ଼, ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଘରୋଇ ଇଂରାଜୀ ବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀମାନେ ଶତକଡା ୯୦ ଭାଗରୁ ଉର୍ଦ୍ଧ୍ବ ମାର୍କ ରଖିଥିଲେ ସେମାନଙ୍କୁ ଅତିଥିଗଣ ପ୍ରଶଂସା ପତ୍ର, ସ୍ମୃତି ଫଳକ, ଏବଂ ଚାରାଗଛ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅଭିଭାବକ,ଅଭିଭାବିକା, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।କାର୍ଯ୍ଯକ୍ରମରେ ଶିକ୍ଷାବିତ ଦିଲ୍ଲିପ ମହାନ୍ତି,ତିମିର ରଂଜନ ପଣ୍ଡା, ଡଃ ଦିଗମ୍ବର ଗିରି,ଖୁଦିରାମ ମହାନ୍ତି, ବସନ୍ତ ଦାସ,ନାମକୁ ଦାସ,ବାବୁ ମହାନ୍ତି, ଦୁଷ୍ମନ୍ତ ଦାସ,ରବି ଦାସ, କଂଗ୍ରେସ ମହାନ୍ତ,କ୍ଷିତିଶ ମହାନ୍ତି,ଠେଙ୍ଗୁ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ