ରାଇରଙ୍ଗପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ “ଜୀବନ ବିନ୍ଦୁ”କାର୍ଯ୍ୟକ୍ର ଅନୁଷ୍ଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତି ଓ ଜନକଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଜିଲ୍ଳା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହଯୋଗ ପୂର୍ବକ ଗତ ତା୧୯.୧୧.୨୦୨୦ରିଖ ଦିନ ରାଇରଙ୍ଗପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ “ଜୀବନ ବିନ୍ଦୁ”କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ତଥା ମାନନୀୟା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଓ ମୟୁରଭଞ୍ଜ ବିଜୁ ଜନତା ଦଳ ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମଙ୍କ ଉପସ୍ଥିତି ରେ କୁଡୁମୀ ସେନାର ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଫଣ୍ଟୁସ ମହାନ୍ତ,ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଲାଲମୋହନ ମହାନ୍ତ, କୁଡୁମୀ ସେନାର ବହଳଦା ବ୍ଲକ ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ ଓ ରାଇରଙ୍ଗପୁର ବ୍ଲକର ସଭାନେତ୍ରୀ ଶ୍ରୀମତୀ ସବିତା ମହାନ୍ତ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦାନ କରିଥିଲେ।ତାଙ୍କ ଯୋଗଦାନରେ ବିଜେଡ଼ି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟର କୁଡୁମୀ ଅଧ୍ୟୁଷିତ ଅଞ୍ଚଳରେ ମଜବୁତ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ହେମ୍ବ୍ରମ କହିଥିଲେ।”ମୋତେ ରାଜ୍ୟସଭା କୁ ପଠାଇ ଓ କୁଡୁମୀ ଭଉଣୀ ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କୁ ବିଧାନସଭା କୁ ପଠାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାରେ ବସବାସ କରୁଥିବା କୁଡୁମୀ ମହାନ୍ତ ଜନସାଧାରଣକୁ ସମ୍ମାନିତ କରିଛନ୍ତି ବୋଲି ମାନନୀ ୟା ସାଂସଦ ଶ୍ରୀମତୀ ମହାନ୍ତ ପ୍ରକାଶ କରିଥିଲେ।ବିଶିଷ୍ଟ ସାହିତ୍ୟିକ ଲୋଳିତ କୁମାର ମହାନ୍ତଙ୍କ ଦ୍ୱାରା ପରିଚାଳିତ ଉକ୍ତ ମିଶ୍ରଣ ପର୍ବରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ବରିଷ୍ଠ ନେତା ଉମାକାନ୍ତ ମହାନ୍ତି, ଗୋପାଳ ବେଶ୍ରା,ପାର୍ଥ ସାରଥୀ କବି,ଜିମୁତ କବିି,ତିରିଂ ବ୍ଲକ ଅଧ୍ୟକ୍ଷା ଶ୍ରମିତୀ ଜେମାମଣି ଶୁଣ୍ଢି, ଜିଲ୍ଳା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ମହିଳା ନେତ୍ରୀ ତନୁଜା ମହାନ୍ତ,ପୂର୍ଣ୍ଣିମା ମହାନ୍ତ,ଦୀପ୍ତିମାନ ବଳ,ପ୍ରତିଭା ମହାନ୍ତ,ରଂଜିତା ଲେଙ୍କା,ବନ୍ଦିତା କୈବର୍ତ, ଗୋୖରୀ ଦତ୍ତ, ଦିପକ ମିଶ୍ର, ସ୍ୱରୂପ ବେହେରା, ଯୁବନେତା ଟନି ପଣ୍ଡା,ସଂଖ୍ୟା ଲଘୁ ଜିଲ୍ଳା ସଭାପତି ସେକ ସମିମ, ଉପସଭାପତି ମହମ୍ମଦ ଭୁଟୋ,ବିଶୁ ବେଶ୍ରା,ବିଶ୍ୱନାଥ ସରେନ, ମାଝିଆ ମାଝୀ,ଛାତ୍ର ନେତା ବିକାଶ ମହାନ୍ତ,ସାଜିଦ ହୁସେନ,ବିମଳ ମହାନ୍ତ, ସିକନ ଦାସ, ବନ୍ଧନ ବଳ, ସତ୍ୟଜିତ ଦାସ, ସୌମିକ ଦାସ କାନୁନଗୋ, ତୁହୀନ ମଣ୍ଡଳ, ବିଶ୍ୱରଂଜନ ପ୍ରହରାଜ, ବାସୁ ଗିରି,ଏନ କେ ମଣ୍ଡଳ, ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମ ଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଗଣେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


