ଗୁଳିମାଡରେ ଗୁପଚୁପ ବ୍ୟବସାୟୀ ଗୁରୁତର 

ବୁଗୁଡା,(ଅନିଲ କୁମାର ମହାରଣା): ବନ୍ଧୁତାର ଅଭିନୟ କରି ଡାକି ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ବାଲିପଦର ନିକଟରେ ଶନିବାର ସନ୍ଧ୍ୟା ସମୟରେ ଏକ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ ଗୁପୁଚୁପ ବ୍ୟବସାୟ ଧ୍ୟାନେନ୍ଦ୍ର ସିଂ ନାମକ ଜଣେ ମଧ୍ୟ ପ୍ରଦେଶର ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପେଟରେ ଗୁଳି ବାଜିବା କାରଣରୁ ଗୁରୁତର ଅବସ୍ଥାରେ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମଧ୍ୟପ୍ରଦେଶର କେତକ ଯୁବକ ଗତ କିଛିଦିନ ହେବ ବାଲିପଦରରେ ରହି ଗୁପଚୁପ ବ୍ୟବସାୟ କରିଆସୁଥିବା ଜଣାପଡିଛି । କିଛିଦିନ ପୂର୍ବେ କୌଣସି କାରଣ ପାଇଁ ବିକାଶ ନାମକ ଅନ୍ୟଜଣେ ଗୁପଚୁପ ବିକାଳୀଙ୍କ ସହ ଗୁପୁଚୁପ ବେପାରୀ ଧ୍ୟାନେନ୍ଦ୍ରଙ୍କ ବଚସା ହୋଇଥିଲା । ରାଗ ସୁଝାଇବା ପାଇଁ ମଉକା ଖୋଜୁଥିଲା ବିକାଶ । ଶନିବାର ରାତିରେ ଧ୍ୟାନେନ୍ଦ୍ରଙ୍କୁ ବିକାଶ ଏକ ଭୋଜି ବରାଦ ଥିବା କହି ନିକଟସ୍ଥ ରୁମାଗଡ଼ ଗାଁ କୁ ଯିବାକୁ କହିଥିଲେ। ଦୁହେଁ ଗୋଟିଏ ବାଇକରେ ସାଙ୍ଗ ହୋଇ ଯାଉଥିବା ବେଳେ ନିଛାଟିଆ ରାସ୍ତା ଦେଖି ବିକାଶ, ଧ୍ୟାନେନ୍ଦ୍ର ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଧ୍ୟାନେନ୍ଦ୍ର ନିଜେ ବାଇକ ଚଳାଇ ବାଲିପଦର ଆସିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ଅବସ୍ଥା ଅତ୍ୟନ୍ତ ଗୁରୁତ୍ତର ଥିବାରୁ ବ୍ରହ୍ମପୁରରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଧ୍ୟାନେନ୍ଦ୍ର କଟକରେ ଚିକିତ୍ସାଧୀନ ଅଛନ୍ତି। କୌଣସି ଅଭିଯୋଗ ପଞ୍ଜୀକୃତ ହୋଇନଥିବା ଯୋଗୁଁ ବୁଗୁଡା ଥାନାରେ ମାମଲା ରୁଜୁ ହୋଇନଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଗୁଳିମାଡ଼ ଘଟଣା ବାଲିପଦର ଫାଣ୍ଡି ଅଞ୍ଚଳରେ ଘଟିଥିବା ଯୋଗୁଁ ଫେରାର ଆସାମୀ ଯେପରି ଖସି ପଳାଇ ଯାଇପାରିବ ନାହିଁ ସେଥିପାଇଁ ବାଲିପଦର ପୋଲିସ ସତର୍କ ରହିଥିବା ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମଧ୍ୟ ପ୍ରଦେଶରୁ ଆସି ବାଲିପଦର ଅଞ୍ଚଳରେ ଗୁପୁଚୁପ ବ୍ୟବସାୟ କରୁଥିବା ଯୁବକଙ୍କ ପାଖକୁ ମାରଣାସ୍ତ୍ର ଆସିଲା କିପରି ? ବଭିଷ୍ୟତରେ ଏହି ମଧ୍ୟ ପ୍ରଦେଶ ବ୍ୟକ୍ତିମାନେ ଗୁପୁଚୁପ ବିକିବା ଆଳାରେ କିଛି ବଡଧରଣର ଅଘଟଣ ଘଟାଇବେ ନାହିଁତ ? ଏହି ଗୁଳିକାଣ୍ଡ ଘଟଣା ପରେ ସ୍ଥାନୀୟ ପୋଲିସ ସେମାନଙ୍କ ପ୍ରତି ସତର୍କ ଦୃଷ୍ଟି ଦେବାର ସମୟ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ