ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ବ୍ରଜମୋହନ ହାଁସଦାଃଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ତଥା ସମାଜସେବୀ,ସୁସଂଗଠକ, କ୍ରୀଡାପ୍ରେମୀ ସ୍ବର୍ଗତଃ ବ୍ରଜମୋହନ ହାଁସଦାଃଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରାଯାଇଥିଲା ।ଛାତ୍ର ସଂଘର ସଂଯୋଜକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସଂଘର କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ସଂଯୋଜକ ବିଜୟ କୁମାର ରାମ,ସଦସ୍ୟ ଲଳିତ କୁମାର ମହାନ୍ତ, କିଶୋର ରଜକ,ମଦନ ରଜକ, ରାଜେଶ ପ୍ରଜାପତି,ଲକ୍ଷ୍ମଣ କୁମାର ମାର୍ଣ୍ଣି, ପର୍ଶୁରାମ ତୁଙ୍ଗପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ହାଁସଦାଃଙ୍କ ସ୍ମୃତିଚାରଣ କରିଥିଲେ ।ସେ କିପରି ଅନେକ ସଦଗୁଣର ଅଧିକାରୀ ହୋଇ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରି ସମାଜରେ ପ୍ରତିଷ୍ଠିତ ହୋଇପାରିଥିଲେ, ତାହା ସଦସ୍ୟ ମାନେ ନିଜ ନିଜ ବକ୍ତବ୍ଯ ମାଧ୍ୟମର ଉପସ୍ଥାପନ କରିଥିଲେ ।ସେ ଛାତ୍ରାବସ୍ଥାରେ ବିଦ୍ୟାଳୟ ଫୁଟବଲ ଦଳର ଗୋଲରକ୍ଷକ ସାଜି ଅନେକ ମ୍ଯାଚ୍ ରେ ବିଜୟ ମଣ୍ଡିତ କରାଇ ବିଦ୍ୟାଳୟର ମାନ ବୃଦ୍ଧି କରିଥିଲେ ।ଚଳିତ ମାସ ୨୦ତାରିଖ ପ୍ରତ୍ଯୁଷରେ ୭୫ବର୍ଷ ବୟସରେ ଶ୍ରୀଯୁକ୍ତ ହାଁସଦାଃଙ୍କ ବିୟୋଗ ନିଶ୍ଚିତ ଭାବରେ ଏକ ଅପୂରଣୀୟ କ୍ଷତି ବୋଲି ସଭିଏଁ ମତପୋଷଣ କରିବାସହ ତାଙ୍କରି ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।ଶେଷରେ ସଦସ୍ୟ ଲଳିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ