ରାକ୍ଷୀ ଉପରେ କରୋନା ଆଖି

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଭାଇ ଓ ଭଉଣୀ ମଧ୍ୟରେ ପବିତ୍ର ସମ୍ପର୍କ ର ପ୍ରତୀକ ରାକ୍ଷୀ । ଗୋଟେ ଭଉଣୀ ତା ଭାଇ ହାତରେ ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ଦିନ ରାକ୍ଷୀ ବାନ୍ଧି ଭାଇ ଭଉଣୀ ର ପ୍ରେମ କୁ ସୁଦୃଢ଼ କରିଥାଏ । ବିଶ୍ଵ ମହାମାରୀ କରୋନା ର ଆଖି ଏବେ ରାକ୍ଷୀ ଉପରେ । ସମ୍ପୂର୍ଣ୍ଣ କଟକ ଜିଲ୍ଲାରେ ପ୍ରାୟତଃ ରାକ୍ଷୀ ଦୋକାନ ଗୁଡ଼ିକ ଲକ୍ ଡାଉନ୍ ଯୋଗୁ ବନ୍ଦ୍ ରହିଛି । ଯାହା ଫଳରେ ଦୁର ଦୁରାନ୍ତରେ ଥିବା ଭାଇ ଓ ଭଉଣୀମାନ ଙ୍କ ପାଖକୁ ରାକ୍ଷୀ ଆଦାନ ପ୍ରଦାନ କରିବା ଏହି ସମୟରେ ପ୍ରାୟତଃ ଅସମ୍ଭବ। ଯଦିଓ ଅଗଷ୍ଟ ପହିଲାରେ ଲକ୍ ଡାଉନ୍ କୋହଳ ହୁଏ ତେବେ ନିକଟରେ ଥିବା ଭାଇଙ୍କୁ ଭଉଣୀମାନେ ରାକ୍ଷୀ ପିନ୍ଧେଇ ପାରନ୍ତି କିନ୍ତୁ ଦୂରରେ ଥିବା ଭାଇଙ୍କ ପାଖକୁ ହୁଏତ ଏ ବର୍ଷ ରାକ୍ଷୀ ପହଞ୍ଚିବା ଅସମ୍ଭବ ହେବା । ତଥାପି ଏହି ମହାମାରୀ ବିପତି ସମୟରେ ଭଉଣୀ ମାନଙ୍କର ଧର୍ଯ୍ୟ ପ୍ରଂଶନୀୟ ଯୋଗ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ