ରାଘବପୁରରେ ବିନା ସୁରକ୍ଷା ବାଡାରେ ସଙ୍ଗରୋଧ କେନ୍ଦ୍ର

ହାଟଡିହି (ଓ୍ବାଇଏନ୍ଏସ୍) : ଆଇତିପୁର ପଞ୍ଚାୟତର ରାଘବପୁର ସ୍କୁଲରେ କରାଯାଇଛି ସଙ୍ଗରୋଧ କେନ୍ଦ୍ର । ଏଠାରେ ସ୍କୁଲର ପାଚେରୀ ନଥିବାରୁ କିପରି ସଙ୍ଗରୋଧରେ ପ୍ରବାସୀ ଓଡିଆ ମାନେ ରହିବେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଦୀର୍ଘ ଦିନ ପରେ ଗାଁକୁ ଫେରୁଥିବାରୁ ପାଚେରୀ କି ବାଡ ନଥିବାରୁ ସେମାନଙ୍କ ପରିବାର ଲୋକେ ନିଶ୍ଚୟ ତାଙ୍କ ସହିତ ମିଳାମିଶା କରିବେ ତେଣୁ କିଏ କିପରି ସେମାନଙ୍କୁ ଅଟକାଇବ ବୋଲି ଗାଁ ଲୋକେ କହିଛନ୍ତି । ଏଠାରେ ପାଇଖାନାର ମଧ୍ୟ କୌଣସି ସୁବିଧା ନାହିଁ । ଫଳରେ ଏପରି ଏକ ସ୍କୁଲରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ କୌଣସି ସୁବିଧା ନଥିବାବେଳେ କିପରି ଓ କାହା ଉଦ୍ଦେଶ୍ୟରେ କ୍ୱାରେଣ୍ଟାଇନ ସେଣ୍ଟର କରାଗଲା ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀଙ୍କୁ ପଚାରିବାରେ ସେ ଆମ ପଞ୍ଚାୟତରେ ସେପରି ଘରର ସୁବିଧା ନଥିବାରୁ ବାଧ୍ୟ ହୋଇ କରିଛୁ । ଆଜି ବାଡବୁଜି ଏହାକୁ ଘେରାଉ କରାଯାଉଛି ବୋଲି କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ