ସଙ୍ଗରୋଧରୁ ଫେରିଲେ ୧୫ ପ୍ରବାସୀ

ହାଟଡିହି (ଓ୍ବାଇଏନ୍ଏସ୍) : ପଞ୍ଚୁଗୋଛିଆ ସଙ୍ଗରୋଧ କେନ୍ଦ୍ରରୁ ୧୫ପ୍ରବାସୀ ଆଜି ସଙ୍ଗରୋଧରୁ ଘରକୁ ଫେରିଛନ୍ତି । ଗୋପାଳଜୀୟୁ ସରକାରୀ ଉପ୍ରାବିଦ୍ୟାଳୟରେ ୋହାଇଥିବା ସଙ୍ଗରୋଧ କେନ୍ଦ୍ରରୁ ୧୩ଜଣ ଚେନାଇ ଫେରନ୍ତା ଓ ମୁଗୁପୁର ସରକାରୀ ହାଇସ୍କୁଲରୁ ୨ଜଣ କଲିକତା ଫେରନ୍ତା ଏପରି ମୋଟ ୧୫ଜଣ ସଙ୍ଗରୋଧ ୍ରଅବଧି ଶେଷକରି ଘରକୁ ଫେରିଛନ୍ତି । ନୋଡାଲ ଅଫିସର ରାଜୀବ କୁମାର ଦାସ, ଡାକ୍ତର ରଶ୍ମୀତା ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ମକରଧ୍ୱଜ ଓଝା, ସ୍ୱାସ୍ଥ୍ୟକର୍ମୀ ପୁର୍ଣ୍ଣଚନ୍ଦ୍ର ବାରିକ, ସ୍ୱେଚ୍ଛାସେବୀ ସୂୁଧାଶୁଂ ଶେଖର ନାୟକ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଡିସଚାର୍ଜ ସାର୍ଟିଫିକେଟ, ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନ କରି ବିଦାୟ ଜଣାଇଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ