ରାଜକୁମାରୀ ଡାଏନାଙ୍କ ଜିମ୍ ସ୍ୱେଟ୍ଶାର୍ଟ ୩୭ ଲକ୍ଷ ଟଙ୍କାରେ ନିଲାମ
ରାଜକୁମାରୀ ଡାଏନା ଜିମ୍କୁ ପିନ୍ଧିଯାଉଥିବା ସ୍ୱେଟ୍ଶାର୍ଟକୁ ନିଲାମ କରାଯାଇ ୩୭ ଲକ୍ଷ ଟଙ୍କା (୫୩, ୫୩୨ ଡଲାର)ରେ ବିକ୍ରି କରାଯାଇଛିି । ଶର୍ଟସ ସହ ଭିର୍ଜିନ ଆଣ୍ଟ୍ଲାଟିକ୍ର ଏହି ସ୍ୱେଟ୍ଶାର୍ଟ ପିନ୍ଧି ସେ ନିୟମିତ ଜିମ୍ରୁ ବାହାରିବା ଲକ୍ଷ୍ୟ କରାଯାଉଥିଲା । ସ୍ୱେଟ୍ଶାର୍ଟକୁ ସେ ତାଙ୍କ ଟ୍ରେନର୍ ଜେନି ରିଭେଟଙ୍କୁ ଉପହାର ଦେଇଥିଲେ, ଯାହାକୁ ସେ ଏବେ ନିଲାମ କରିଛନ୍ତି । ଏହି ଶାର୍ଟକୁ ଜଣେ ଅଜଣା ନିଲାମଧାରୀ କିଣିଛନ୍ତି । ଏହି ନିଲାମରେ ରାଜକୁମାରୀ ଡାଏନା ଦେଇଥିବା କିଛି ହାତ ଲେଖା ନୋଟ୍କୁ ବି ଜେନି ବିକ୍ରି କରିଛନ୍ତି । ଏହି ଲେଖାଥିଲା- ‘ଡିୟରେଷ୍ଟ ଜେନି, ଲଟସ୍ ଅଫ୍ ଲଭ୍ ଫ୍ରମ୍ ଡାଏନା,ଏକ୍ସ’ । ଏହି ଲେଖା ସହ ଜେନି ବି ତାଙ୍କର ଏକ ହାତ ଲେଖା ରଖିଥିଲେ, ଯେଉଁଥିରେ ଲେଖାଥିଲା-ସାର୍ ରିଚାର୍ଡସନ୍ ଏହି ସ୍ୱେଟ୍ଶାର୍ଟକୁ ରାଜକୁମାରୀଙ୍କୁ ଦେଇଥିଲେ । ଏହାକୁ ସେ ବହୁ ସମୟରେ ଜିମ୍କୁ ପିନ୍ଧିଆସୁଥିଲେ । ଜିମ୍ର ପୋଷାକ ଅପେକ୍ଷା ବିଶ୍ୱର ବିଭିନ୍ନ ଘଟଣା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତାକୁ ସେ ଉପଲବ୍ଧ କରୁଥିଲେ । ଏଣୁ ସେ ଏହି ଶାର୍ଟକୁ ପିନ୍ଧୁଥିଲେ । ଏହା ବି ଗଣମାଧ୍ୟମଠାରୁ ଦୂରେଇ ରହିବାର ଏକ କୌଶଳ ଥିଲା । ମୋ ପାଇଁ କିଛି ସ୍ୱେଟଶାର୍ଟ ରଖିଛନ୍ତି ବୋଲି ତାଙ୍କ ଦେହାନ୍ତର କିଛି ମାସ ପୂର୍ବରୁ ମୋତେ କହିଥିଲେ । ସେହି ଶାର୍ଟ ମଧ୍ୟରୁ ଏହା ଅନ୍ୟତମ ।’ ନିଲାମରୁ ଲବ୍ଧ ଟଙ୍କାକୁ ଜେନି ଆଫ୍ରିକାର ମାଲାୱିଆନ ପରିବାରକୁ ସାହାଯ୍ୟ କରିବାକୁ ଯୋଜନା କରିଛନ୍ତି ।