ରାଜଧାନୀ ମେଡ଼ିକାଲରେ ୨୪ ଘଣ୍ଟିଆ ଦୋକାନ ପାଇଁ ଉଠିଲା ଦାବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ)  : ରାଜଧାନୀର ଛାତି ଉପରେ ଥିବା ୬ ନମ୍ବର ମେଡ଼ିକାଲ ଉପରେ ଅନେକଙ୍କ ଭରସା । ବଡ଼ ସହର, ସବୁ ସୁବିଧା ଥିବ ମନେକରି ଏଠାକୁ ଦୂର ଦୂରାନ୍ତର ରୁ ରୋଗୀଙ୍କ ସୁଅ ଛୁଟେ । ହେଲେ ପହଞ୍ଚିଯିବା ପରେ ରୋଗୀଙ୍କ ଅଭିଯୋଗ ଲମ୍ବା ହୋଇ·ଲେ । ମେଡ଼ିକାଲ ଭିତର ଅପେକ୍ଷା ବାହାର ରୁ ହେଉଥିବା ଦୁଃଖ ବଳି ପଡ଼େ । ରୋଗୀ କିମ୍ବା ତାଙ୍କର ସମ୍ପର୍କୀୟମାନେ କ୍ଷୀର, ବିସ୍କୁଟ କି ପାଣି ମୁନ୍ଦାଏ ପାଇଁ ଏଠୁସେଠୁ ଏଠାକୁ ଖୋଜିବୁଲେ । କିନ୍ତୁ ସବୁଠି ନିରାଶ ହେବାକୁ ପଡ଼େ । ପୋଲିସ୍ ଡ଼ରରେ ମେଡ଼ିକାଲ ପରିସରରେ ଥିବା ଦୋକାନଗୁଡ଼ିକ ବନ୍ଦ ହୋଇଯାଉଥିବା କାରଣରୁ ବିଳମ୍ବିତ ରାତିରେ ମେଡ଼ିକାଲ ପରିସରରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ କିଣିବା ପାଇଁ ମିଳେନି । ନୟାଗଡ଼ ଅଞ୍ଚଳରୁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ରାତି ଅଧରେ ଗରମ ପାଣି, ସାବୁନ୍, ତେଲ, ବ୍ଲେଡ୍, ଆଣିବା ପାଇଁ ନର୍ସ କହିଲେ । ସମ୍ପର୍କୀୟମାନେ ମେଡ଼ିକାଲ ·ରିପଟ ବୁଲି ଆସିଲେ ହେଲେ ସବୁଠି ଦୋକାନ ବନ୍ଦ ଥିବାରୁ ଦ୍ରବ୍ୟ କିଣାଯାଇ ପାରିଲା ନାହିଁ । ଠିକ୍ ସେହିପରି ପିପିଲିର ଅଭିମନ୍ୟୁ ମଳିକ ନାମକ ଜଣେ ବ୍ୟକ୍ତି ନିଜ ଛୁଆ ପାଇଁ ଜରୁରୀ ଆବଶ୍ୟକ ପଡ଼ୁଥିବାରୁ ଅମୁଲ୍ ଟିକିଏ ନ ପାଇ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଔଷଧ ଖାଇବା ପୂର୍ବରୁ ରୋଗୀ ପାଇଁ ଯଦି ପାଉଁରୁଟି, ବିସ୍କୁଟ କିମ୍ବା ଫଳ ର ଆବଶ୍ୟକତା ପଡ଼ିଲା, ତେବେ ଏଠାରେ ମିଳୁନଥିବାରୁ ହଇରାଣ ହରକତ ହେଉଥିବା ଜଣାଯାଇଛି । ବିଳମ୍ବିତ ରାତି ଯାଏ ଦୋକାନ ଖୋଲିଲେ ପୋଲିସ୍ ତାଗିଦ କରୁଥିବାରୁ ଆମ୍ଭେ ଶୀଘ୍ର ଦୋକାନ ବନ୍ଦ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ଜଣେ ବ୍ୟବସାୟୀ କହନ୍ତି । ମେଡ଼ିକାଲ ପରିସରରେ ଦୋକାନ କରିଥିବା ଅନେକ ବ୍ୟବସାୟୀ ରୋଗୀମାନଙ୍କ ସହିତ ବ୍ୟବସାୟ କରିବା ପରିବର୍ତ୍ତେ ଆର୍ଥିକ ମାନବିକତା ଦେଖାଇଥାନ୍ତି । ରାତି ଅଧରେ କାହା ପାଇଁ ଗରମ ପାଣି ଦରକାର ତ କାହା ପାଇଁ ଆଟେଣ୍ଡାଣ୍ଟ ଦରକାର ହେଲେ ଏଠାକାର କିଛି ଦୋକାନୀ ସହାୟତା କରୁଥିବା ମେଡ଼ିକାଲ କର୍ମ·ରୀମାନେ ମତପୋଷଣ କରନ୍ତି । ଦୂର ଦୂରାନ୍ତର ରୋଗୀମାନଙ୍କ ସୁବିଧା ପାଇଁ କ୍ୟାପିଟାଲ ମେଡ଼ିକାଲ ପରିସରରେ ଦିବାରାତ୍ରି ଜରୁରୀକାଳୀନ ଦ୍ରବ୍ୟ ଯୋଗାଉଥିବା ଦୋକାନଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳୁ । ନଚେତ୍ ସରକାରୀସ୍ତରରେ ଅନ୍ୟୁନ ଗୋଟିଏ ଦୋକାନ ଖୋଲିବାର ଅନୁମତି ମିଳୁ ବୋଲି ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ ସାହୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ର ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ