ରାଜଧାନୀ_ସଂଗ୍ରାମୀ_ସେବାସଙ୍ଘର ଦୂତୀୟ ସମାଜମଙ୍ଗଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ସଂଗ୍ରାମୀ ସେବାସଙ୍ଘ” ଆନୁକୂଲ୍ୟରେ ମହିଳା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ “ଆଜିର ନାରୀ ଓ ସୋସିଆଲ ମେଡ଼ିଆ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ମହିଳାମାନଙ୍କୁ ନାରୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ଭୁବନେଶ୍ୱର କଳ୍ପନା ଏରିଆ ଶବରସାହିର 32 ବର୍ଷୀୟ କର୍କଟ ପୀଡିତ ଶ୍ରୀକାନ୍ତ ନାୟକଙ୍କୁ “ସମାଜମଙ୍ଗଳ ହୁଣ୍ଡି” ଭାଙ୍ଗି 15 ହଜାର ଟଙ୍କା ଅର୍ଥରାଶି ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ସମାଜସେବୀ ମହାସଙ୍ଘ ର ରାଜ୍ୟ ମହିଳା ସଭାପତି ଡ଼.ବନ୍ଦନା ହରିଚନ୍ଦନ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମୀରା ପରିଡା, ମନସ୍ମିତା ଜେନା, ଡ଼. ଅମ୍ବିକା ମହାରଣା, ବିନ୍ଦୁଜା ଉପାଧ୍ୟାୟ, ଡେଜି ଶତପଥୀ, ଲିପିକା ରାୟ, ସଂଘମିତ୍ରା ଜେନା, ବିନ୍ଦାସ ଚିନୁ, ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ଲିଙ୍ଗରାଜ ସାହୁ, ଚଳଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ବିଜେଡି ମୁଖପାତ୍ର ତଥା ସମାଜସେବୀ ମାନସ ବସ୍ତିଆ, ଓଡ଼ିଶା ଡିଜିଟାଲ ମିଡିଆ ସଭାପତି ସତ୍ୟଜିତ ମହାପାତ୍ର, ସମାଜସେବୀ ତଥା ସାମ୍ବାଦିକ ବୁଲନ ଭାଇ, ଅଭିନେତା ବୁଲୁ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରାଜଧାନୀ ସଂଗ୍ରାମୀ ସେବାସଂଘ ର ପ୍ରତିଷ୍ଠାତା ବାପୁ ଓଝା । ଧନ୍ୟବାଦ୍ ଅର୍ପଣ କରିଥିଲେ ସଙ୍ଗଠନ ର ସମ୍ପାଦକ ବିଶିଷ୍ଟ ରକ୍ତଦାତା ତନ୍ମୟ ସାମନ୍ତରାୟ । ସହଯୋଗ କରିଥିଲେ ଶୁଭାଶିଷ ଷଡ଼ଙ୍ଗୀ, ଦେବବ୍ରତ ମେର୍କାପ, ଭୁବନାନନ୍ଦ ସାମନ୍ତ, ମୁକ୍ତିକାନ୍ତ ଦାସ, ଧିରେନ୍ ଶଙ୍କର ଦାସ, ପ୍ରମୋଦ ପତି, ନିରଞ୍ଜନ ସାହୁ, ଗୁରୁପଦ ନାଥ ଓ ବାବୁଲା ପରିଡ଼ା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ