ରାଜନଗର ଅତିରିକ୍ତ ତହସିଲଦାରଙ୍କ ରଙ୍ଗଣୀ,ତାଳଚୁଆ ପରିଦର୍ଶନ ଓ ବାତ୍ୟାପ୍ରପିଡିତଙ୍କ ସରକାରୀ ସହାୟତା ପ୍ରଦାନ ବ୍ୟବସ୍ଥା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ରାଜନଗର ତହସିଲ ଅନ୍ତର୍ଗତ ରଙ୍ଗଣୀ ଓ ତାଳଚୁଆ ପଂଚାୟତର କେତେକ ବୁଲବୁଲ ଏବଂ ଅମ୍ଫାନ ବାତ୍ୟା ପ୍ରପିଡିତ ଲୋକ ସେମାନଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ପାସବୁକର ନକଲ ପ୍ରଦାନ କରିନଥିବାରୁ ସରକାରୀ ସହାୟତା ପାଇବାରୁ ବଂଚିତ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ନିର୍ଦେଶକ୍ରମେ ରାଜନଗରର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ରଙ୍ଗଣୀ ଓ ତାଳଚୁଆ ପଂଚାୟତର ସେହିସବୁ ବାତ୍ୟା ପ୍ରପିଡିତଙ୍କ ଘରେ ରଙ୍ଗଣୀର ରାଜସ୍ୱ ନିରୀକ୍ଷକ ରବିନ୍ଦ୍ର ହାଂସଦା ଓ ତାଳଚୁଆର ରାଜସ୍ୱ ନିରୀକ୍ଷକ ସୀତାନାଥ ପରିଡାଙ୍କ ସହଯୋଗରେ ପହଁଚି ସେମାନଙ୍କୁ ଆଧାରକାର୍ଡ ଓ ବ୍ୟାଙ୍କ ପାସବୁକର ନକଲ ସଂପୃକ୍ତ ରାଜସ୍ୱ ନୀରିକ୍ଷକଙ୍କ ନିକଟରେ ତୁରନ୍ତ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ସରକାରୀ ସହାୟତାରୁ ବଂଚିତ ହୋଇଥିବା ବାତ୍ୟା ପ୍ରପିଡିତମାନେ ସେମାନଙ୍କ ଆବଶ୍ୟକ କାଗଜାଦ ଦାଖଲ କରିବା ପରେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଆବଶ୍ୟକ ଗ୍ରହଣ କରାଯାଇପାରିବ । ଅତିରିକ୍ତ ତହସିଲଦାର ଶ୍ରୀ ବେହେରାଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରସଂଶନୀୟ ହୋଇପାରିଛି । ପୂର୍ବରୁ ମଧ୍ୟ ଶ୍ରୀ ବେହେରା ଏଭଳି ଭାବରେ ବିଭିନ୍ନ କ୍ଷେତ୍ରରେ ସାଧାରଣ ଜନତାଙ୍କୁ ନିଷ୍ଠାର ସହ ସାହାଯ୍ୟ ସହଯୋଗ କରିଥିବା ନଜିର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ