ରାଜନୀତିର ଚକ୍ରବ୍ୟୁହ କାଶୀନଗର ଏନଏସି ଅଧ୍ୟକ୍ଷା ପୁଣି ଫେରିଲେ ଦଳକୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ଏନଏସି ଅଧକ୍ଷା ରାଜନୈତିକ ଚକ୍ରବ୍ୟୁହରେ ଫସି ଯାଇଛନ୍ତି ଏନଏସି ଅଧ୍ୟକ୍ଷା ଏମ ସୁଧାରାଣୀ. କିଛି ଦିନ ତଳେ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ. ହେଲେ ପୁଣି ଗତକାଲି ବିଜେପି ଛାଡି ବିଜେଡିକୁ ଫେରିଛନ୍ତି. ବିଜେଡିରେ ରହି ଅଧ୍ୟକ୍ଷା ପଦଵୀ ପାଇଥିବା ମହିଳା ଅଧ୍ୟକ୍ଷା ହଠାତ ନିଷ୍ପତି ନେଇ ବିଜେପି ଦଳରେ ସାମିଲ ହୋଇ ବିଜେପି ଦଳ ପାଇଁ ପ୍ରଚାର ଆରମ୍ଭ କରିଥିଲେ. ଯେହେତୁ ସରକାରୀ ଦଳରୁ ଦଳୀୟ ଟିକେଟ ପାଇ ଏନ ଏ ସି ଅଧ୍ୟକ୍ଷ ପାଇଁ ଲଢ଼ି ଜିତିଥିଲେ କିନ୍ତୁ ଦଳ ପରିବର୍ତନ କରିବା ପରେ ସେ ଆତ୍ମ ସନ୍ତୋଷ ପାଇ ନ ପାରି ଗଜପତି ଜିଲ୍ଲାକୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଗସ୍ତ କରି ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ତାଙ୍କ ଆହ୍ୱାନ ତଥା ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏନ ଏ ସି ଅଧ୍ୟକ୍ଷା ପୁଣି ଥରେ ବିଜେପି ଦଳକୁ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେବାକୁ ସ୍ଥିର କରିଥିଲେ. ଏହି ମିଶ୍ରଣ ପର୍ବ ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ହାଇଟେକ ସଭାପତି ତିରୁପତି ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସ ପାତ୍ର, ଏନ ଏ ସି ଉପାଧକ୍ଷ ରଘୁରାମ ସାହୁ ପ୍ରମୁଖ ଙ୍କ ଉପସ୍ଥିତ ରେ ମିଶିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ