ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଆଜି ତାର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) :ସନ ୧୯୮୦ ମସିହାରେ ଗଠିତ ହୋଇଥିବା ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଆଜି ତାର ୪୨ ତମ ପ୍ରତିଷ୍ଠା ଦିବସ ରାଷ୍ଟ୍ର ବ୍ୟାପି ମହା ସମାରୋହରେ ପାଳିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଦ୍ବାରା ଦଳିୟ ପତାକା ଉତ୍ତୋଳନ ଓ ସାମୂହିକ ଦେଶମାତୃକା ଗାନ ପରେ ସମବେତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପଦଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହା ପରେ ଏକ ସମ୍ବର୍ଦ୍ଧନା ସଭାକୁ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବର୍ଷୀୟାନ ସ୍ବୟଂସେବକ ପୁର୍ବତ୍ତନ ବାଲେଶ୍ୱର ନଗର କାର୍ଯ୍ୟବାହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀପେନ୍ଦ୍ର ନାଥ ଦେଙ୍କୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲା । ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ସମବେତ କର୍ମୀ ଓ ପଦାଧିକାରୀଙ୍କୁ ସମ୍ବୋଧିତ କରି ନିଷ୍ଠା, ଜନସେବା, ରାଷ୍ଟ୍ରୀୟ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସିଧା ବାର୍ତ୍ତାର ପ୍ରସାରଣ ସମସ୍ତେ ଶୁଣିଥେଲେ। କାର‌୍ୟ୍ୟକ୍ରମରେ ମହିଳାମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି, ମିନାକ୍ଷୀ ମହାପାତ୍ର ଓ କମଲଲୋଚନ ଦାସ, ଜିଲ୍ଲା ସମ୍ପାଦକ ମହୁଆ ପ୍ରଧାନ ( ପିଙ୍କି ), ସସ୍ମିତା ଚାନ୍ଦ ଓ ଆଶିଷ ଘୋଷ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନାରାୟଣ ମହନ୍ତ, ଯୁବମୋର୍ଚ୍ଚା ଉପସଭାପତି ସୁବୋଧଚନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ବେରା, କାଉନସିଲର ପ୍ରତିମା ବେହେରା, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, କାଉନସିଲର ଭାରତୀ ପାତ୍ର, କାଉନସିଲର ନିରୁପମା ଦାସ, କାଉନସିଲର ଶୁଚିସ୍ମିତା ପଣ୍ଡା, କାଉନସିଲର ଗୌରୀ ଦାସ, ରଣଜିତ ପୃଷ୍ଟି, ପ୍ରଶାନ୍ତ କୁମାର ପରିଡା , କୈଳାଶ ବେହେରା, ମନୋଜ ପୋଦାର,ମନୋହର ଲାଲ ପେରିୱଓଲ, ଶୈଳେନ୍ଦ୍ରୁ ପ୍ରସାଦ ଦାସ, ଦେବବ୍ରତ ମିଶ୍ର, ରବୀନ୍ଦ୍ର ପ୍ରାମାଣିକ, ପର୍ଶୁରାମ ମହାନ୍ତି, ବିଜୟ ସାହୁ, ଶ୍ରୀହରି ଶୁକ୍ଳ, ପ୍ରଦୀପ କୁମାର ବେହେରା, ପିଙ୍କୁ ନନା, ଶୋଭାକର ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ