ରାଜନୈତିକ ଦଳ ମାନଙ୍କ ଇସ୍ତାହାରରେ ଅଣ ସଂଗଠିତ ଶ୍ରମିକ ଏବଂ କିନ୍ନର ମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦାବ

ଭୁବନେଶ୍ୱର : ସ୍ୱରୋଜଗାରୀ ମହିଳା ସଂଘ , ଓଡିଶା ତରଫରୁ , ସି.ୱାଇ.ଏସ୍.ଡି – ଭୁବନେଶ୍ୱର ଠାରେ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଘରୋଇ ଶ୍ରମିକ , ନିର୍ମାଣ ଶ୍ରମିକ, ପ୍ରବାସି ଶ୍ରମିକ ଏବଂ କିନ୍ନର ମାନଙ୍କୁ ନେଇ ଏକ ଗଣ ମାଧ୍ୟମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ପ୍ରାୟ ୧୫ ରୁ ଉଦ୍ଧ୍ୱର୍ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ବିଭିନ୍ନ ସାହିରୁ ୩୫ ରୁ ଉଦ୍ଧ୍ୱର୍ ଗୋଷ୍ଠୀ ନେତ୍ରୀ ମାନେ ଯୋଗ ଦେଇଥିଲେ । ଆଲୋଚନାର ପ୍ରାରମ୍ଭରେ ଶ୍ରୀମତୀ ପରିଲତା ମହାପାତ୍ର (ସ୍ୱରୋଜଗାରୀ ମହିଳା ସଂଘ, ଓଡିଶା) ସମସ୍ତ ଆଗନ୍ତୁକ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରିବା ସହିତ ଘରୋଇ ଶ୍ରମିକ ମାନଙ୍କର ସାମାଜିକ ସୂରକ୍ଷା ଏବଂ ନିରାପତାର ଦୃଢୀକରଣ ଦେବାକୁ ଯାଇ କହିଥିଲେ, ସାରା ଓଡିଶାରେ ଶତକଡା ୯୪ ପ୍ରତିଶତ ଶ୍ରମିକ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବେଳେ ମାତ୍ର ଶତକଡା ୬ ପ୍ରତିଶତ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପାଇଁ ଯେଉଁ ଭଳି ଏକ କଲ୍ୟାଣ ବୋର୍ଡ ରହିଛି ଠିକ୍ ସେହି ଭଳି ଶ୍ରମ ଆଇନ୍ ୨୦୦୮ ଅନୁସାରେ ଘରୋଇ ଶ୍ରମିକ ମାନଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯାଇ ସେମାନଙ୍କୁ ଘରୋଇ ଶ୍ରମିକର ମାନ୍ୟତା ଦେବା ସହିତ ସୁରକ୍ଷା, ସାମାଜିକ ନିରାପତା , ସ୍ୱାସ୍ଥ୍ୟଗତ ସୁବିଧା ଏବଂ ଉପଯୁକ୍ତ ମଜୁରୀ ଦେବା ଭଳି ଅନେକ ଗୁରୁତ୍ୱପୁର୍ଣ୍ଣ ଦାବି ମାନ ଉପସ୍ଥାପନ କରିଥିଲେ । ମିସ୍ ମଞ୍ଜୁଳା ମଞ୍ଜରି ମିଶ୍ର , ସାଧାରଣ ସମ୍ପାଦକ (ରାଜଧାନୀ ଶ୍ରମିକ ସଂଘ) ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିବାକୁ ଯାଇ ସେ କହିଥିଲେ , କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୯୬ ମସିହାରେ ସାରା ଭାରତ ବର୍ଷରେ କୋଠା ବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କର ସୂରକ୍ଷା ଏବଂ ନିରାପତା ପାଇଁ ଆଇନ୍ ଆସିଥିଲା । କିନ୍ତୁ ତାହା ବିଧିବଦ୍ଧ ଭାବରେ ୨୦୦୯ ମସହାରେ ଓଡିଶାରେ ଲାଗୁ ହୋଇ ଶ୍ରମିକ ମାନଙ୍କର ପଞ୍ଜିକରଣ ହୋଇଥିଲା ଏବଂ ସେମାନଙ୍କର ସୂରକ୍ଷା ଓ ନିରାପତା ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯାଇ ବିଭିନ୍ନ ନିର୍ମାଣ କ୍ଷେତ୍ରରୁ ଶତକଡା ୩ ଭାଗ ସେସ୍ ଆଦାୟ କରାଯାଇ ସଂଗଠିତ ଶ୍ରମିକ ମାନଙ୍କର କଲ୍ୟାଣ ନିମନ୍ତେ ବିନିଯୋଗ କରାଯାଉଛି ଠିକ୍ ସେମିତି କୁଶଳୀ , ଅଣ କୁଶଳୀ ଏବଂ ଉଚ୍ଚ କୁଶଳୀ ଅନୈାପଚାରିକ ଅଣ ସଂଗଠିତ ମହିଳା ଶ୍ରମିକ ମାନଙ୍କୁ କୋଠା ବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ସର୍ବ ନିମ୍ନ ମଜୁରୀ ବୃଦ୍ଧି କରିବା ଏବଂ ସେମାନଙ୍କର କଲ୍ୟାଣ ପାଇଁ ବୋର୍ଡ ଠିକ୍ ଭାବରେ କାମ କରୁଛି କି ନାହିଁ ସେ ବିଷୟରେ ସାମାଜିକ ସମୀକ୍ଷା କରିବା ଓ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ବୀମାର ସୁବିଧା ଯୋଗାଇ ଦେବା ପାଇଁ ମିଡିଆ ଆଗରେ ଦୃଢ ଦାବି ଉପସ୍ଥାପନ କରିଥିଲେ । ଆଏଶା ବେହେରା, ରାନି କିନ୍ନର ଏବଂ ମାଧୁରୀ ମା (ଅଲ୍ ଓଡିଶା କିନ୍ନର ମହାସଂଘ) ପ୍ରମୂଖ ଆଗଧାଡିର କିନ୍ନର ନେତ୍ରୀ ମାନେ ଯୋଗ ଦେଇ ନାଲ୍ସା ଜଜ୍ମେଂଟ୍ କୁ ଭିତି କରି କିନ୍ନର ମାନଙ୍କର ସୂରକ୍ଷା ଏବଂ ସାମାଜିକ ନିରାପତା କୁ ସୁନିଶ୍ଚିତ କରାଇବା ପାଇଁ ଗଣ ମାଧ୍ୟମ ଆଗରେ ନିଜର ମତ ସାବ୍ୟସ୍ତ କରିଥିଲେ । ତତ୍ ସହିତ ସରକାର ତୁରନ୍ତ ଏକ କିନ୍ନର ମଙ୍ଗଳ ବୋର୍ଡ ଗଠନ କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ରେ କିନ୍ନର ମାନଙ୍କ ପାଇଁ ଖାଦ୍ୟ ସୂରକ୍ଷା, ଚାକିରୀ, ଦକ୍ଷତା ବିକାଶ ତାଲିମ୍, ମାଗଣାରେ ପୁନଃ ନିରୁପଣ ଅସ୍ତ୍ରପଚାର କରିବା, ସ୍ୱରୋଜଗାରୀ ହେବା ପାଇଁ ଋଣର ବ୍ୟବସ୍ଥା, ଉଭୟ ସରକାରୀ ଏବଂ ଘରୋଇ ଡାକ୍ତର ଖାନାରେ କିନ୍ନର ମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ /ବେଡ୍ ବ୍ୟବସ୍ଥା କରିବା ଏବଂ ନିର୍ବାଚନରେ କିନ୍ନର ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଥିଲେ ।
ଅନେକ ରାଜ୍ୟସ୍ତରୀୟ ନେତୃ ବୃନ୍ଦ ପ୍ରବାସି ଶ୍ରମିକ ମାନଙ୍କର ଅଧିକାର ସମ୍ବନ୍ଧରେ ଦିଗନ୍ତ ବିସ୍ତାରି ଆଲୋଚନା କରିଥିଲେ । ଓଡିଶାର ପାଣିପାଗ ପରିବର୍ତନ(ବନ୍ୟା , ବାତ୍ୟା,ମରୁଡି) ରେ ନିଜକୁ ଖାପ ଖୁଆଇ ନପାରି ଅନେକ ଅଣ ସଂଗଠିତ ଶ୍ରମିକ ବଂଚିବାପାଇଁ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଇଥାନ୍ତି, ପ୍ରଥମେ ଏହି ଦାଦନ ଶବ୍ଦକୁ ବିଲୋପ କରିବା ପାଇଁ ହଜାର ହଜାର ପ୍ରବାସି ଶ୍ରମିକ ମାନଙ୍କର ସୂରକ୍ଷା ଏବଂ ନିରାପତା ନିମନ୍ତେ “ଓଡିଶା ପ୍ରବାସୀ ଶ୍ରମିକ କଲ୍ୟାଣ ବୋର୍ଡ” ନାମରେ ଏକ ସ୍ୱତନ୍ତ୍ର ବୋଡ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ରଞ୍ଜୁଲତା ମହାପାତ୍ର (ସଭାପତି-ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦ) ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବହୁମୂଲ୍ୟ ମତ ପ୍ରଦାନ କରି ଉପସ୍ଥିତ ଅଂଶଗ୍ରହଣକାରୀ ଙ୍କ ମନରେ ଆଶା ସଂଚାର କରିଥିଲେ । ଗଣ ମାଧ୍ୟମ ମାଧ୍ୟମରେ ସମସ୍ତ ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ ଏବଂ କିନ୍ନର ନେତୃବୃନ୍ଦ ମାନେ ନିଜର ଦାବି ଗୁଡି ଆଗମୀ ନିର୍ବାଚନରେ ପ୍ରତିଫଳନ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକୁ ନିବେଦନ କରିଥିଲୋ ପରିଶେଷରେ ଶ୍ରୀମତୀ ରାନି କିନ୍ନର ଆଗନ୍ତୁକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଆଲୋଚନା ଚକ୍ରରେ ପୁର୍ଣ୍ଣଛେଦ ପକାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ