ରାଜନୈତିକ ହିଂସା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ବ୍ଲକ ବାସୁଦେବ ପୁର ଗ୍ରାମରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ ଟା ରେ ସରପଞ୍ଚ ପ୍ରାର୍ଥୀ ରବିନାରାୟଣ ପାଢ଼ୀ ଙ୍କ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ରେ ଅପର ଗୋଷ୍ଠୀ ର କିଛି ବ୍ୟକ୍ତି ଠେଙ୍ଗା, ଖଣ୍ଡା, କାତି ପ୍ରଭୃତି ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି।ଆହାତ ମାନେ ହେଲେ କେ. କିଶୋର କୁମାର,କାଳିଆ ସେଠୀ, କେ. ଶିବରାମ, ଲଣ୍ଡା ମଳିକ, ଦିବ୍ୟସିଂହ ରେଡ୍ଡୀ, ବି. ପୁନି ରେଡ୍ଡୀ ଏବଂ ଏ. ଗାଉରୁ । ଖବର ପାଇ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି । ଏନେଇ ଦିଗପହଣ୍ଡି ଥାନାରେ ଅଭିଯୁକ୍ତ ମାନଙ୍କ ନାଁ ରେ ଏତଲା ଦିଆଯାଇଛି ।


