ରାଜନୈତିକ ହିଂସାକୁ ନେଇ ଥାନାରେ ମାମଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସରଧାପୁର ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଚେଲୀ ପ୍ରସାଦ ରାଓଙ୍କୁ ମରଣାନ୍ତକ ଆକ୍ରଣ ହୋଇଥିଲା । ଏହି ଆକ୍ରମଣ ବିପକ୍ଷ ଦଳ ବିଜେପି କର୍ମୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏନେଇ ଗୁରାଣ୍ଡି ଥାନାରେ ସରପଞ୍ଚ ପ୍ରାର୍ଥୀ ଚେଲୀ ପ୍ରସାଦ ରାଓଙ୍କ ପକ୍ଷରୁ ଅଭିଯୋ କରାଯାଇଛି । ମାମଲା ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ଗୁରୁତର ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଘଟଣାରୁ ପ୍ରକାଶ ଯେ, ଚେଲୀ ରାମ ପ୍ରସାଦ ରାଓ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଶେଷ କରି ନିଜ ଜମିକୁ ପାଣି ମଡାଇବା ପାଇଁ ଯାଇଥିଲେ । ସେଠାରୁ ଫେରିବା ସମୟରେ ତାଙ୍କ ଗ୍ରାମର ଡମ୍ବୁରୁ ଦାସନାଇଡୁ, ଶ୍ରୀଧର ନାଇଡୁ, ଈଶ୍ୱର ରାଓଙ୍କ ସହ ୧୫ରୁ ଉର୍ଦ୍ଧ ବ୍ୟକ୍ତି ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଚେଲୀ ପ୍ରସାଦ ରାଓ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଗୁରାଣ୍ଡି ଥାନାରେ ୧୧/୨୨ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବାର ଥାନା ସୂତ୍ରରୁ ପ୍ରକାଶ ।


