ରାଜନୈତିକ ହିଂସା

ହାଟଡିହି, (ବିକାଶ ବିଶ୍ୱାଳ ) :-ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ହାଟଡିହି ବ୍ଲକ ଷଢ଼ା ପଞ୍ଚାୟତର ମିଠିଗାଁ ଏବଂ ପଦାରୁଖା ଗ୍ରାମରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଆଜି କଂଗ୍ରେସ ସମଥିତ ପ୍ରାର୍ଥୀଙ୍କ ପ୍ରଚାର ଚାଲିଥିବାବେଳେ ମିଠିଗାଁ ଗାଁରେ ରାଲି ପହଞ୍ଚିବାପରେ କିଛି ସମର୍ଥକ ସେହି ଗାଁର କିଛି ବ୍ୟକ୍ତିଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବାରୁ ଉଭୟ ଭୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏପରିକି ସୋସୋ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ରାଲି ସରିବାପରେ ପଦାରୁଖା ଗାଁର କିଛି ସମର୍ଥକ ଘରକୁ ଫେରିବା ବାଟରେ ପ୍ରତିଦ୍ୱନ୍ଦି ପ୍ରାର୍ଥୀଙ୍କ ସମର୍ଥକ ମାନେ ଅତର୍କିତ ଆକ୍ରମଣ କରିବାରୁ ଅକ୍ଷୟ ନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଥିବାବେଳେ ଗୋଡରେ ମଧ୍ୟ ଜୋର ଆଘାତ ଲାଗିଛି । ତାଙ୍କୁ ଆଗରପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପରିବାର ଲୋକେ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇନଥିବା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ