ରାଜପଥ ଉପରୁ ବେଆଇନ ବାଲି ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ଡାହାଲା ଛକ ଠାରୁ ଏକ ବେଆଇନ ବାଲି ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି । ଟ୍ରାକ୍ଟରଟି ସ୍ଥାନୀୟ ବୈତରଣୀ ନଦୀରୁ ବେଆଇନ ବାଲି ନେଇ ଆସୁଥିବାବେଳେ ପୁଲିସ ହାବୁଡରେ ପଡିଥିଲା । ପୁଲିସକୁ ଦେଖି ଗାଡି ଚାଳକ ଟ୍ରାକ୍ଟରଟିକୁ ରାଜପଥ ଉପରେ ଠିଆ କରିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପୁଲିସ ଟ୍ରାକ୍ଟରଟିକୁ ଥାନାକୁ ଆଣି ବେଆଇନ ବାଲି ପରିବହନ କରୁଥିବା ଅଭିଯୋଗରେ ୨୨୫/୨୦ରେ ମାମଲା ରୁଜୁ କରିଥିବା ଜଣାଯାଇଛି ।


