ରାଜପଥ ପାଲଟିଛି ମରଣ ଯନ୍ତା
କୁଚିଣ୍ଡା, (ଯୁଗାବ୍ଦ ନ୍ୟୁଜ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । କୁଚିଣ୍ଡା ଠାରୁ ଝାରସୁଗୁଡା ଯାଉଥିବା ୪୯ ନଂ ଜାତୀୟ ରାଜପଥ ବଡ ଗର୍ତ୍ତ ରହିଛି । ପ୍ରତିଦିନ ରାଜରାସ୍ତା ଦେଇ ହଜାର ହଜାର ଗାଡି ମୋଟର ଚଳାଚଳ ହେଉଥିବା ବେଳେ ସଇଡାରୁ ପତ୍ରପାଳି ପର୍ଯ୍ୟନ୍ତ ୪୫ ନଂ ଜାତୀୟ ରାଜପଥ ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି । ଯାତୟତ କରୁଥିବା ଯାତ୍ରୀ ମାନେ ଏହି ରାସ୍ତାରେ ପ୍ରତିଦିନ ଦୂର୍ଘଟଣାର ସମ୍ମୁଖିନ ହେଉଥିବାରୁ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ତୁରନ୍ତ ରାସ୍ତା କାର୍ଯ୍ୟ ସଂମ୍ପର୍ଣ୍ଣ କରିବା ନିମନ୍ତେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ ବିଭାଗୀୟ କତ୍ତୁପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।