ରାଜବସା ଠାରେ ନୂତନ ପଞ୍ଚାୟତ ଗଠନ ନିମନ୍ତେ ବୈଠକ ଅଣ୍ଟା ଭିଡ଼ିଲେ ୩ପଂଚାୟତ ବାସୀ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାର ବୃହତ୍ତମ ବ୍ଲକ ମୋହନାକୁ ଭାଗ କରିବା ପାଇଁ କିଛି ଦିନ ତଳେ ଜିଲ୍ଲା ପାଳ କାର୍ଯ୍ୟଳୟର ଏକ ଚିଠି ପ୍ରକାଶ ପାଇଥିଲା, ଜଯେଉଁଥିରେ ଉଲ୍ଲେଖ ଅଛିକି ନୂଆଗଡ ବ୍ଲକ୍ ର ସୁନ୍ଦରଡ଼ାଙ୍ଗ ଗ୍ରାମକୁ ନୂତନ ବ୍ଲକ୍ ଭାବେ ଗଠନପାଇଁ, ମୋହନା ବ୍ଲକ ର ୧୭ଖଣ୍ଡ ପଂଚାୟତ ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏହାକୁ ବିରାଧ କରିଥିଲେ, ଯା କୁ ନେଇ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା ମୋହନା ବ୍ଲକ ବିରିକୋଟ୍ ପଞ୍ଚାୟତର ଉପାନ୍ତ ଅଞ୍ଚଳ ରାଜବସା ଗ୍ରାମ ଠାରେ ଏକ ନୂତନ ପଞ୍ଚାୟତ ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିରିକୋଟ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୋସା ମାଝିଙ୍କ ନେତୃତ୍ଵରେ ୧୬ଗୋଟି ଗ୍ରାମର ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିରିକୋଟ, ଦମାଦୁଆ ଓ ଆଲିଗଣ୍ଡା ପଞ୍ଚାୟତର ୧୬ଗୋଟି ଗ୍ରାମର ମୁଖ୍ୟ ପେଣ୍ଠ ସ୍ଥଳୀ ରାଜବସା ହୋଇଥିବା ବେଳେ ଏଠାରେ ପଞ୍ଚାୟତ ନିର୍ମାଣ କରାଗଲେ ସମସ୍ତ ୧୬ ଖଣ୍ଡ ଗ୍ରାମର ହଜାର ହଜାର ଜନସାଧାରଣ ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି । କାରଣ ବର୍ତ୍ତମାନ ଯେଉଁ ପଞ୍ଚାୟତରେ ଅଛନ୍ତି ସେହି ପଞ୍ଚାୟତକୁ ରାସନ ସାମଗ୍ରୀ ଓ ବାର୍ଧ୍ୟକ ଭତ୍ତା ନେବାକୁ ହେଲେ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଥିବା କହିଛନ୍ତି ଗ୍ରାମ ବାସୀ । ତେଣୁ ନୂତନ ପଞ୍ଚାୟତ ଗଠନ ପାଇଁ ଚଳିତ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ଦାବିପତ୍ର ପ୍ରଦାନ କରିଥିଲେ ଅଞ୍ଚଳ ବାସୀ । ତେବେ ଆଜିର ବୈଠକରେ ଜିଲ୍ଲା ଭାଇସ୍ ଚେୟାରମ୍ୟାନ କୁନ୍ତଳା ମଳିକ, ବ୍ଲକ୍ ଚେୟାରମ୍ୟାନ ରଞ୍ଜିବ ଶବର,ସାଂସଦ ପ୍ରତିନିଧି ଭାସ୍କର ସାହୁ ଉପସ୍ଥିତ ଥିବା ବେଳେ ତାଙ୍କ ଜରିଆରେ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।