ରାଜରାସ୍ତାକୁ ଓହ୍ଲାଇବେ ମହିଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଚୋରା ମଦ କାରବାର ବଢି ଚାଲିବା ଯୋଗୁଁ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ଜୀବନ ଜୀବିକା ବିପର୍ଣ୍ଣ ହେବାରେ ଲାଗିଛି । ଆଗାମୀ ୫ଦିନ ମଧ୍ୟରେ ରାଇପଙ୍କା ପଞ୍ଚାୟତରେ ମଦମୁକ୍ତ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ଗୋଷ୍ଠୀ ମଦମୁକ୍ତ ପଞ୍ଚାୟତ ଗଠନ କରିବା ଉଦ୍ଦେଶ୍ୟରେ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ଗୋଷ୍ଠୀଙ୍କ ଭିଡ ଜମିଥିଲା । ରାଇପଙ୍କା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଚୋରା ମଦ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଅଞ୍ଚଳର ଗରୀବ ନୀରିହ ଆଦିବାସୀ କୁଲିମୂଲ ଲାଗି କିଛି ରୋଜଗାର କରି ନିଜର ପରିବାର ପ୍ରତି ପୋଷଣ କରିବା ବଦଳରେ ମଦ୍ୟପାନ କରି ଘରକୁ ଯାଇ କଳି କରିବା ସହ ପିଲା ଓ ସ୍ତ୍ରୀଙ୍କୁ ମାରପିଟ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ରାଇପଙ୍କା ସରପଞ୍ଚ ଅଭିନାଶ ଗୋସ୍ୱାମୀଙ୍କ ଉପସ୍ଥିତିରେ ରାଇପଙ୍କା ପଞ୍ଚାତୟର ୧୦ଗୋଟି ଗ୍ରୁପର ମହିଳା ମଣ୍ଡଳୀ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ମଦ ବ୍ୟବସାୟୀଙ୍କୁ ଆଜି ଠାରୁ ପାଞ୍ଚଦିନ ସମୟ ଦିଆଯିବ ତାପର ଦିନ ଯଦି ମଦବ୍ୟବସାୟ ହୁଏ ତାହା ହେଲେ ଅଞ୍ଚଳରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୧୦ଗୋଟି ମହିଳା ମଣ୍ଡଳର ସଭାପତି ସେଲିନା ମାଝୀ, ସମ୍ପାଦକ ଶାଜିନୀ ମାଝୀ, ଶୁଶିଳା ମାଝୀ, ମିଖାଲ ରଇତ, ସୁକୁମାରୀ ମାଝୀ, ମନିଷା ମଣ୍ଡଳ, ତୁଷାରି ମାଝୀ ପ୍ରମୁଖଙ୍କ ସହ ୧୫୦ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିଲେ ।