ରାଜସ୍ଥାନ ରୟାଲ୍ସ ସହ କେଇଆଇର ସହଯୋଗିତା

ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ତାର ଓ କେବୁଲ ଉତ୍ପାଦନକାରୀ କମ୍ପାନୀ କେଇଆଇ ଇଣ୍ଡଷ୍ଟ୍ରି ଲିମିଟେଡ଼ ଆଇପିଏଲ୍ ଦ୍ୱାଦଶ ସଂସ୍କରଣ ପାଇଁ ଲଗାତର ଦ୍ୱିତୀୟ ବର୍ଷ ପାଇଁ ରାଜସ୍ଥାନ ରୟାଲ୍ସ ସହ ସହଯୋଗିତା କରିଥିବା ଘୋଷଣା କରିଛି । ରାଜସ୍ଥାନ ରୟାଲ୍ସ ସହ ଏହି ସହଯୋଗିତା ପରିପ୍ରେକ୍ଷୀରେ କେଇଆଇ ଇଣ୍ଡଷ୍ଟ୍ରି ଲିମିଟେଡର ନିର୍ଦ୍ଦେଶକ ଅକ୍ଷିତ ଦିବ୍ୟାଜ ଗୁପ୍ତା କହିଛନ୍ତି ଯେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ରାଜସ୍ଥାନ ରୟାଲ ସହ ସହଯୋଗିତା କରାଯାଇଛି । ଭାରତରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇ ଏହକୁ ଉଚ୍ଚସ୍ତରରେ ପହଞ୍ଚାଇବା ପାଇଁ କେଇଆଇ ପ୍ରତିଶ୍ରୁତିବଦ୍ଧ । ଏହି ସହଯୋଗିତା ଦ୍ୱାରା ରାଜସ୍ଥାନରେ ମଧ୍ୟ କମ୍ପାନୀର ଉପସ୍ଥିତି ଅଧିକ ଦୃଶ୍ୟମାନ ହେବ । ରାଜସ୍ଥାନ କମ୍ପାନୀ ପାଇଁ ଏକ ବଡ଼ ବଜାର । ରାଜସ୍ଥାନ ରୟାଲ ସହ ସହଯୋଗିତା କରିବା ଦ୍ୱାରା ରାଜ୍ୟରେ କମ୍ପାନୀର ଗ୍ରାହକଙ୍କ ସମ୍ପର୍କ ବୃଦ୍ଧି ପାଇପାରିବ ବୋଲି ଗୁପ୍ତା କହିଛନ୍ତି । କେଇଆଇ ୨୦୧୮ ମସିହାରେ ରାଜସ୍ଥାନ ରୟାଲ୍ସ ସହ ସହଯୋଗିତା କରିଥିଲା । ସେତେବେଳେ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର ଥିଲା ‘ହଲ୍ଲା ବୋଲ’ । ଚଳିତ ଥର କମ୍ପାନୀ ଉତ୍ପାଦିତ ତାରର ସୁରକ୍ଷା ଓ ଗୁଣବତ୍ତାକୁ ପ୍ରଚାର ଅଭିଯାନରେ ସାମିଲ କରି ଏହାର ଶୀର୍ଷକ ‘କେଇଆଇ ୱେୟାର, ହର ଟେନ୍ସନ ସହେ, ଚଲତି ରହେ’ ରଖାଯାଇଛି । ଏହି ସହଯୋଗିତା ପରିପ୍ରେକ୍ଷୀରେ ରାଜସ୍ଥାନ ରୟାଲ୍ସ ଏହାର ଜର୍ସିରେ କେଇଆଇ ବ୍ରାଣ୍ଡ ଲୋଗୋ ସ୍ଥାନିତ କରିବେ । ଟିକେଟ୍ ଓ ଷ୍ଟାଡ଼ିୟମରେ ମଧ୍ୟ କମ୍ପାନୀର ଲୋଗୋ ରହିବ । ଏଥିପାଇଁ କେଇଆଇ ଏକ ସେଲ୍ଫି ବୁଥ୍ ପ୍ରତିଷ୍ଠା କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ