ରାଜସ୍ୱ ଅମଲାଙ୍କ ଅକାଳ ବିୟୋଗରେ ଶୋକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ପ୍ରେମାନନ୍ଦ ସାହୁ ଓ କନିଷ୍ଠ ସହାୟକ ଲିଙ୍ଗରାଜ ମହାପାତ୍ରଙ୍କ ଅକାଳ ବିୟୋଗରେ ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଡେପୁଟୀ କଲେକ୍ଟର ଭରତ ଚନ୍ଦ୍ର ପରିଡା, ଶିବ ମଲ୍ଲିକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ରାଜସ୍ୱ ଅମଲା ଜିଲ୍ଲା ସଙ୍ଘର ସଭାପତି ଦୀନବନ୍ଧୁ ରଥ, ସମ୍ପାଦକ ପ୍ରଭଞ୍ଜନ ମିଶ୍ର, ଉପବିଭାଗ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ କମିଟି ସଭାପତି ଅଜୟ କୁମାର ଦାସଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ରାଜସ୍ୱ ଅମଲା ଓ କର୍ମଚାରୀମାନେ ଉପସ୍ଥିତ ରହି ୨ ଅବିନାସି ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ