ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କୋରାପୁଟ ଉପଖଣ୍ଡ ସ୍ତରୀୟ ସମ୍ମିଳନୀ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ):ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଓଡ଼ିଶା ରାଜ୍ୟ କ୍ଷେତ୍ର ଅଧିକାରୀ ସଂଘର କୋରାପୁଟ ଉପଖଣ୍ଡ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଭେଙ୍କେଟ ରାଓ ନାଇଡୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଆର.ପ୍ରଭାକର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଉପଦେଷ୍ଟା ହରିହର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ ଓ ମୋବାଇଲ ନେଟ ସମସ୍ୟା ରହିଥିବା ବେଳେ କମ୍ପ୍ୟୁଟର ଭଙ୍ଗାରୁଜା ଅବସ୍ଥାରେ ରହିଥିବା ସଭାପତି ଶ୍ରୀ ନାଇଡ଼ୁ କହିଛନ୍ତି। ଏଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଛନ୍ତି। ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପିଅନ ନିଯୁକ୍ତି କରିବାକୁ ସେ ଦାବି କରିଛନ୍ତି।ଜିଲ୍ଲାରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ,ଅମିନ ଓ ପିଅନ ପଦବୀ ପୂରଣ କରିବାକୁ ସେ ଦାବି କରିଛନ୍ତି ।ନୂତନ ସରକାର ଚୁକ୍ତିମୂଳକ ଦାବିଗୁଡିକ ନିଶ୍ଚିତ ଭାବେ ପୂରଣ କରିବେ ବୋଲି ସଂଘ ଆଶାବାଦୀ ରହିଥିବା ସେ କହିଛନ୍ତି। ଦୁର୍ନୀତିମୁକ୍ତ ସେବା ଯୋଗାଇଦେବାକୁ ଶପଥ ନିଆଯାଇଥିବା ସେ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ରମେଶ କୁମାର ନାୟକ,ଉପଦେଷ୍ଟା ଦେବ ପ୍ରସାଦ ପଣ୍ଡା, ଉପ ସଭାପତି ଶଙ୍କର ମିଶ୍ର ଓ ମହାନ୍ତି ପଣ୍ଡେଇ, ସାଙ୍ଗଠନିକ ସଂପାଦକ ସସ୍ମିତା ରାଉଳ, ଯୁଗ୍ମ ସଂପାଦକ ସନ୍ତୋଷ କୁମାର ବେହେରା, ଗଣମାଧ୍ୟମ ସଂପାଦକ ପଦ୍ମନ ପୂଜାରୀ ଓ ମହିଳା ସଂପାଦିକା କ୍ଷୀରବ୍ଦୀ ତନୟା ସ୍ବାଇଁ ପ୍ରମୁଖ ଯୋଗଦେଇ ଥିଲେ। କୋରାପୁଟ ତହସିଲ ସଂଘର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅରବିନ୍ଦ ସାହୁ ଓ କ୍ଷୀରବ୍ଦୀ ତନୟା ସ୍ବାଇଁ ଯୋଗଦେଇ ମଞ୍ଚ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ