ରାଜସ୍ୱ ବୋର୍ଡ଼ର ଅବସରପ୍ରାପ୍ତ ଅଧିକାରୀ ନିର୍ମଳ ଚନ୍ଦ୍ର ଦାସଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଟକ ନୂଆପଡ଼ା ବାଲିସାହି ନିବାସୀ ନିର୍ମଳ ଚନ୍ଦ୍ର ଦାସଙ୍କର ଶନିବାର ସନ୍ଧ୍ୟାରେ ହୃଦ୍‌ଘାତରେ ନିଜ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ରାଜ୍ୟ ଅବକାରୀ ବିଭାଗ ଓ ରାଜସ୍ୱ ବୋର୍ଡ଼ର ସଂସ୍ଥାପନା ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ । ସେ ଜଣେ ସଚ୍ଚୋଟ, ଦକ୍ଷ ଓ ନିଷ୍ଠାପର ଅଧିକାରୀ ଭାବେ ପ୍ରତିଷ୍ଠା ଅର୍ଜନ କରିବା ସହ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଭାବେ ବେଶ ପରିଚିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପରିବାରବର୍ଗ ଉପସ୍ଥ୍‌ିତ ଥିଲେ । ତାଙ୍କ ମୃତ୍ୟୁରେ ବାଲିସାହି ଏବଂ ତାଙ୍କ ଜନ୍ମସ୍ଥାନ ବରିକୁଳ (ଯାଜପୁର) ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ