ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କସ୍ମାରକୀ ଡାକ-ଲଫାଫା ଉନ୍ମୋଚିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଧୁନିକ ଓଡିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଦିବସ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ଆନୁକୂଲ୍ୟରେ ଏକ ଡାକ-ଲଫାଫା ଗୁରୁବାର ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ମୁଖ୍ୟଡାକଘର କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ପୂଜ୍ୟପୂଜା ସାହିତ୍ୟ ସଂସଦ ସଂପାଦକ ମହେଶ୍ବର ବରାଡଙ୍କ ଅନୁରୋଧ ଓ ପ୍ରସ୍ତାବ ପ୍ରକାରେ ନିର୍ମିତ ଏହି ଡାକ ଲଫାଫା ସାରା ବିଶ୍ବରେ ରାଜା ସାହେବଙ୍କ ସ୍ମାରକୀ ସମ୍ପର୍କିତ ତଥ୍ୟ ପ୍ରସାର ଓ ପ୍ରଚାର ହୋଇ ପାରିବ ବୋଲି ମୁଖ୍ୟଅତିଥୀ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଛନ୍ତି ।ଖଲ୍ଲିକୋଟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓ ଆଧୁନିକ ଓଡିଶା ନିର୍ମାଣ କ୍ଷେତ୍ରରେ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ମୁଖ୍ୟ କର୍ଣ୍ଣଧାର ଥିଲେ ବୋଲି ବକ୍ତାମାନେ ରାଜା ସାହେବଙ୍କ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଦେଶ ସ୍ବାଧୀନତା ପୂର୍ବରୁ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଭୂମିକା ଅତୁଳନୀୟ ଅଟେ ଆଜିର ଏହି ସଭାମଞ୍ଚରେ ଆଲୋକପାତ କରାଯାଇଛି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନଦିଗରେ ଏହି ଦୁଇ ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଛି ।ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଦକ୍ଷିଣଓଡିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ । ତାଙ୍କରି ବଳିଷ୍ଠ ଉଦ୍ୟମ ଏବଂ ତାଙ୍କର ଅବଦାନରେ ବ୍ରହ୍ମପୁର ଠାରେ ସ୍ଥାପିତ ଖଲ୍ଲିକୋଟ କଲେଜ ଏବଂ ଖଲ୍ଲିକୋଟ କଲେଜ ଷ୍ଟାଡିୟମ, ଖଲ୍ଲିକୋଟ କଲେଜିଏଟ-ହାଇସ୍କୁଲ ତାଙ୍କରି ମହତ୍ତ୍ଵ ପ୍ରତିପାଦନ ସ୍ୱରୂପ ଆଜି ଚିର-ସ୍ମରଣୀୟ ହୋଇରହିଛି । ଯାହାକି, ଖଲ୍ଲିକୋଟ ରାଜା ସାହେବଙ୍କ ମହାନତା ଆମ ସମାଜରେ ଅତୁଳନୀୟ ବୋଲି ବର୍ଣ୍ଣନା କରି କୁହାଯାଇଛି ।ରାଜାସାହେବ ରାମଚନ୍ଦ୍ର ଦେଓଙ୍କ ସ୍ମାରକୀ ଡାକ-ଲଫାଫା ଉନ୍ମୋଚନ ସାମାରୋହରେ ବ୍ରହ୍ମପୁର ଡାକ ବିଭାଗ ବରିଷ୍ଠ ସୁପରିଟେଣ୍ଡେଣ୍ଟ ତାରିଣୀ ଚରଣ ପାଢ଼ୀ ପୌରହିତ୍ୟି କରିଥିଲେ । ଏହି ଉନ୍ମୋଚନ ସଭାରେ ସମ୍ମାନୀତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ,ସମ୍ମାନୀତ ଅତିଥି ତଥା ଅନ୍ୟତମ ଉଦ୍ୟମୀ ପ୍ରାଣବ୍ୟକ୍ତି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଇଂ.ନିରଞ୍ଜନ ବେହେରା,ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଦାୟାଦ ତଥା ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ସଭାପତି ଡଃ. ସକେଟ ରାମାରାଓ, ପୂଜ୍ୟପୂଜା ସାହିତ୍ୟ ସଂସଦ ସଂପାଦକ ତଥା ଡାକ ଲଫାଫା ପ୍ରସ୍ତୁତି ନିମନ୍ତେ ପ୍ରୟାସ କରିଥିବା ମହେଶ୍ବର ବରାଡ, ଡାକ ଲଫାଫା ଡିଜାଇନ୍ ପ୍ରସ୍ତୁତ କରିଥିବା ଡିଜାଇନର୍, କଳାକାର ଅଜିତ କୁମାର ରାଉତ, ରମେଶ ଚନ୍ଦ୍ର ପୁରୋହିତ,ଡ଼ଃ.ପ୍ରାଣଚାନ୍ଦ ପଣ୍ଡାପ୍ରମୁଖ ମଞ୍ଚାସୀନ ଥିଲେ । ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଡ଼ିଏଫଓ ଅମ୍ଳାନ ନାୟକ, ଜିଲ୍ଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ l ବ୍ରହ୍ମପୁର ଡିଭିଜନ୍ ଏମ୍.ଇ./ ବି.ଇ. ଗୌରହରୀ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ । ଡାକବିଭାଗୀୟ ସମସ୍ତ କର୍ମଚାରୀ, ଅଧିକାରୀ, ଛତ୍ରପୁର ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତି ତଥା ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ