ରାଜା ଙ୍କ ସହିଦ ସମ୍ମାନ ଗ୍ରହଣ କଲେ ପଣନାତି

ଶେରଗଡ଼, (ବିଭୁ ପ୍ରସାଦ ଦାସ):ବିଳମ୍ବରେ ହେଲେ ମଧ୍ୟ ଶେରଗଡ଼କୁ ଆସିଛି ପ୍ରଥମ ସହିଦ ସମ୍ମାନ। ରାଜାପୂର୍ଣ୍ଣଚନ୍ଦ୍ର ସିଂଦେଓ କଟକ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଏକ ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ହାତରୁ ଏହି ସମ୍ମାନ, ମାନପତ୍ର ଓ ଉପଢୌକନଗ୍ରହଣ କରିଛନ୍ତି।ଇତିହାସରୁ ଜଣାଯାଏ ଯେ ଶେରଗଡ ରାଜା ହରିକୃଷ୍ଣ ଦେବଙ୍କପୁତ୍ର ରାଜା ଅଦ୍ଵୈତ ପ୍ରସାଦ ସିଂଦେଓପରବର୍ତ୍ତୀ ସମୟରେ ରାଜ ସିଂହାସନଆରୋହଣ ହୋଇଥିଲେ। ପ୍ରାୟ ୧୮୦୦ମସିହାରେ ବ୍ରିଟିଶ୍ କର୍ଣ୍ଣଲ୍ ସ୍ମିଥ୍ ଗଞ୍ଜାମଆକ୍ରମଣ କରିବା ସମୟରେ ଏକଦା ପଥରପୁଞ୍ଜି ତୋଟାରେ ରାତ୍ରଯାପନକରୁଥିଲେ। ରାଜା ଅଦ୍ଵୈତ ପ୍ରସାଦସେଠାରେ ଆକ୍ରମଣ କରିଥିଲେ।କଅଁଲ୍‌ ଏକ ତୋପକୁ ରାଜାଙ୍କଉପରକୁ ଫିଙ୍ଗିବାରୁ ତାଙ୍କ ମୁଣ୍ଡରେ ତାହା ବାଜି ସେ ସହିଦ ହୋଇଥିଲେ।ସେ ଥିଲେ ଶେରଗଡ ଅଞ୍ଚଳର ପ୍ରଥମସ୍ଵାଧୀନତା ସଂଗ୍ରାମୀ। ଏକଥା ମାଡ୍ରାସରସଂଗ୍ରହାଳୟରେ ମହଜୁଦ ଅଭିଲେଖାରୁଜଣାଯାଏ। ସୋମବାର ଶେରଗଡରବର୍ତ୍ତମାନ ରାଜା ପୂର୍ଣ୍ଣଚନ୍ଦ୍ର ସିଂଦେଓ
ସେହି ସହିଦଙ୍କ ସ୍ବାଧୀନତା ସମ୍ମାନଗ୍ରହଣ କରିଛନ୍ତି। ଶିକ୍ଷାବିତ୍ ହୟଗ୍ରୀବତ୍ରିପାଠୀ, ରାଜା ପ୍ରସନ୍ନ କୁମାର ସିଂଦେଓ,ସମାଜସେବୀ ଦୁର୍ଗାପ୍ରସାଦ ବିଷୋୟୀ,ପ୍ରାକ୍ତନ ଇତିହାସଅଧ୍ୟାପକ ହୃଷିକେଶପାତ୍ର, ସମାଜସେବୀ ସୂର୍ଯ୍ୟନାରାୟଣଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ ସମ୍ମାନପ୍ରଦାନ କରିଥିବା ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ