ଗଙ୍ଗାସାଗର ଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ଉପ କାରାଗାର ରେ ମୁଖ୍ୟ କାରାଗାର ରକ୍ଷୀ ଭାବେ କାର୍ଯ୍ୟରତ ଜମାଦାର ଗଙ୍ଗାସାଗର ପଣ୍ଡା ଙ୍କୁ ଗତ ସ୍ଵାଧିନତା ଦିବସ ପାଳନ ଅବସରରେ ମିଳିଛି ରାଷ୍ଟ୍ରପତି ପୁରସ୍କାର। ଗଞ୍ଜାମ ଜିଲ୍ଲା ଚିକିଟି ନିବାସୀ ଶ୍ରୀ ପଣ୍ଡା ନିଜର ଉଲ୍ଲେଖନୀୟ କାର୍ଯ୍ୟ, ସାହସ, ଅନ୍ତେବାସୀ କଏଦୀ ମାନଙ୍କୁ ଉତ୍ତମ ବ୍ୟବହାର ସାଙ୍ଗକୁ ସାମାଜିକ ଶିକ୍ଷା ପ୍ରଦାନ ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି।ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ତାଙ୍କୁ ନିମାପଡ଼ା ଉପ କାରାଗାର ରଉପ ଅଧିକ୍ଷକ ଫକିର ଚରଣ ସାହୁ ଓ ଉପ କାରାଗାର ର ସମସ୍ତ କର୍ମଚାରୀ ଉତ୍ତରୀୟ, ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଉପ ଅଧିକ୍ଷକ ଶ୍ରୀ ସାହୁ କହିଛନ୍ତି ଯେ, ପୁରସ୍କୃତ ଗଙ୍ଗାସାଗର ନିମାପଡା ଉପ କାରାଗାର ର ଜଣେ ସଚ୍ଚୋଟ,କର୍ତ୍ତବ୍ୟନିଷ୍ଠ ଜମାଦାର। କାରାଗାର ର ଅନ୍ତେବାସୀ ମାନଙ୍କୁ ସେ ଉତ୍ତମ ବ୍ୟବହାର କରିବା ସହିତ ଅପରାଧ ଠାରୁ ଦୂରେଇରହି ସାମାଜିକ ଚଳଣୀ ରେ ଚଳିବାକୁ ପ୍ରତ୍ୟେକ ଦିନ ପରାମର୍ଶ ଦେଇଥାନ୍ତି। ତାଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ପୁରସ୍କାର ମିଳିଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ ବୋଲି କହିଥିଲେ।ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କାର ପାଇବା ପରେ ଗଙ୍ଗା ସାଗର ଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ