ରାଜା ହୋଇ ମଧ୍ୟ କରନ୍ତି ମେକାନିକ୍ କାମ
ଦୁଇ ଦୁଇଟି ଦେଶର ରାଜା ସେ । ମାତ୍ର ଅବସର ସମୟରେ କାର୍ ମେକାନିକ୍ ଭାବେ କାମ କରନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏମିତି ଜଣେ ରାଜା ଅଛନ୍ତିି ଆଫ୍ରିକାରେ । ସେ ରାଜକାର୍ଯ୍ୟ ତୁଲାଇବା ସହ ଅବସର ସମୟରେ ମେକାନିକ୍ ଭାବେ କାର୍ଯ୍ୟ କରନ୍ତି । ଶାସନଗାଦିରେ ବସି ପ୍ରଜାମାନଙ୍କର ଦୁଃଖସୁଖ ବୁଝିବା ସହ ରାଜା ବିଭିନ୍ନ ଉପଯୋଗୀ ପରାମର୍ଶ ଦିଅନ୍ତି । ୭୧ ବର୍ଷୀୟ ଏହି ରାଜା ହେଉଛନ୍ତି ସିଫସ ବଂସାହ । ଟୋଗୋ ଏବଂ ଘାନା ଦୁଇଟି ରାଜ୍ୟର ଶାସନ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ । ତାଙ୍କର ଜନ୍ମ ଘାନାରେ ହୋଇଥିଲେ ହେଁ ରାଜା ଭାବେ ନିଯୁକ୍ତି ହେବା ପୂର୍ବରୁ ୧୯୭୦ରେ ଜର୍ମାନୀ ·ଲିଯାଇଥିଲେ । ଏହି ଦୁଇ ରାଜ୍ୟର ଜନସଂଖ୍ୟା ହେଉଛି ୩ ଲକ୍ଷରୁ ଅଧିକ । ଲୋକେ ବଂସାହଙ୍କୁ ସୁପରିଅର ଆଣ୍ଡ ସ୍ପିରିଚୁଆଲ ଚିଫ୍ ବୋଲି କହିଥାନ୍ତି । ସେ ୧୯୪୮ ଏପ୍ରିଲ୍ ୨୨ରେ ଘାନାର ହୋହୋଇଠାରେ ଜନ୍ମଗ୍ରହଣ କରିଥିଲେ ।


