ରାଜୀବ ଗାନ୍ଧି ସେବା କେନ୍ଦ୍ରର ମହାଦୁର୍ନିତୀର ବିଲ ଗୁଡିକ ବନ୍ଦ ନକରିଲେ ଆନ୍ଦୋଳନକୁ ଚେତାବନୀ : ବିଡିଓଙ୍କୁ ଦେଲେ ଦାବିପତ୍ର
ମୋହନା, (ଅଂଶୁମାନ ପଣ୍ଡା) :ରାଜ୍ୟରେ ବର୍ତମାନ ପଚାଂୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ପଦ ପଦବୀ ଗୁଡିକୁ ରଦ୍ଧ କରିଦିଆଯାଇଛି ହେଲେ ତା ପୂର୍ବରୁ କିଛି ଦଲାଲ ନିଜ ସ୍ତ୍ରୀର ପଦବୀକୁ ନେଇ ପଚାଂୟତରୁ ଟଙ୍କା ହେରଫେର କରୁଥିବା ଗନ୍ଧ ବାଜୁଛି । ଏଭଳିକି ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ପଚାଂୟତ କଟାମା ଗ୍ରାମରେ ଥିବା ପଚାଂୟତ ପରିସରରେ ନିର୍ମାଣ ଚାଲିଥିବା ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ମହା ଦୁର୍ନିତି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ୧୩ ଗୋଟି ୱାର୍ଡ ସଭ୍ୟ/ସଭ୍ୟା । ନିର୍ମାଣ ଚାଲିଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ୧୮ ଲକ୍ଷ ଟଙ୍କା ନସରିବା ପୂର୍ବରୁ ୪ର୍ଥ ଏସ.ଏଫ.ସି ଟଙ୍କାରୁ ୬ ଲକ୍ଷ ୬୮ ହଜାର ଟଙ୍କା ଓ ୫ମ ଏସ.ଏଫ.ସି ୧ ଲକ୍ଷ ୫୧ ହଜାର ୮୪୪ ଟଙ୍କା ମୋଟ ବର୍ତମାନ ୮ଲକ୍ଷ ଟଙ୍କ କୌଣସି ପଲ୍ଲିସଭା, ଗ୍ରାମ ସଭା, ତଥା ପଚାଂୟତରେ ମାସିକ ବୈଠକ ନହୋଇ ୨୬ ଲକ୍ଷ ଟଙ୍କା କୌଣସି ସରପଚଂ ତଥା ୱାର୍ଡ ମେମ୍ବର ମାନଙ୍କ ଅଜ୍ଞାତରେ ଉକ୍ତ ଟଙ୍କା ବିନିଯୋଗ ହୋଇଛି । ନ୍ୟାୟବ ସରପଚଂ କାରଣଙ୍କ ସ୍ୱାମୀ ସୁଭମନ୍ତ ମନ୍ତ୍ରୀ ସରପଚଂଙ୍କୁ ଭୟଭିତ ଦେଖାଇ ଉକ୍ତ ଟଙ୍କାକୁ ଯନ୍ତ୍ରୀଙ୍କୁ ବିଲ କରିବା ପାଇଁ ବାହୁବଳ ତଥା ଅର୍ଥ ବଳ ଦେଖାଇ ଟଙ୍କା ଗୁଡିକ ବିଲ କରିବା ପାଇଁ ନିଷ୍ପତି ନେଇଛନ୍ତି ଯାହାକି କାମ ନସରୁଣୁ ରାଜୀବ ଗାନ୍ଧି ସେବା କେନ୍ଦ୍ରର ଚତୁପାଶ୍ୱର୍ରେ ଭିନ୍ନ ଭିନ୍ନ କଲର ଦେଇ ଭିନ୍ନ ଭିନ୍ନ କାମର ନାମ ଲେଖି ଟଙ୍କା ହଡପ କରିବା ପାଇଁ ଯୋଜନା ଜାରି ରହିଛି । ତେଣୁ ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ବିଲକୁ ବନ୍ଦ ନକରିଲେ ଜନସାଧାରଣ ରାଜ ରାସ୍ତାନକୁ ଓହ୍ଲାଇବେ ବୋଲି ସରପଚଂ ମାର୍ଥା ମଲ୍ଲିକ, ୱାର୍ଡ ସଭ୍ୟ ଲଳିତା ମୁଠାମଝୀ, କୁନି ମାଝୀ, ମାଧୁରୀ ପାଟମାଝୀ, ସୁମିତ୍ରା ପରିଚ୍ଛାଙ୍କ ସମେତା ଅନ୍ୟ ୱାର୍ଡ ସଭ୍ୟ/ସଭ୍ୟା ମାନେ ମିଳୀତଭାବେ ମୋହନା ବିଡିଓ ତପସ୍ୱିନୀ ହାଂସଦାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏ ବିଷୟରେ ବିଡିଓଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।