ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସରକାରଙ୍କୁ କେତୋଟି ପ୍ରଶ୍ନ

ଭୁବନେଶ୍ୱର,(ୱାଇଏନ୍ଏସ୍): ତାଲିମପ୍ରାପ୍ତ ଅଣ ନିଯୁକ୍ତି ଯୁବ ମଙ୍ଗଳନ୍ୟାସ ପକ୍ଷରୁ ରାଜ୍ୟସରକାରଙ୍କୁ ରାଜ୍ୟବାସୀଙ୍କ ତରଫରୁ କେତୋଟି ପ୍ରଶ୍ନ । ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ରାଜ୍ୟରେ କେତେ ପାରା ମେଡ଼ିକାଲ ଷ୍ଟାଫ ଅଛନ୍ତି ତାର ସ୍ପଷ୍ଟୀକରଣ ତେବେ କି ? ରାଜ୍ୟରେ ଲୋକସଂଖ୍ୟା ହିସାବରେ କେତେ ଜଣ ପାରା ମେଡ଼ିକାଲ ଷ୍ଟାଫ ନିଯୁକ୍ତି ପାଇଛନ୍ତି, ତାହା ସ୍ପଷ୍ଟ କରିବେ କି ? ସମ୍ପ୍ରତି ଦେଖାଦେଇଥିବା ମହାମାରୀ କରୋନାର ତାଣ୍ଡବଲୀଳାରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ସମୟରେ ନିଜର ପାରିବା ପଣିଆ ଓ ବାହାସ୍ଫୋଟକୁ ଚରିତାର୍ଥ କରିବାକୁ ଯାଇ କିଛି ନିରୀହ ପାରା ମେଡ଼ିକାଲ ଷ୍ଟାଫଙ୍କ ଭାଗ୍ୟ ଭବିଷ୍ୟତକୁ ଦଳି ମକଚି ଫୋପାଡ଼ି ଦେବାରେ ରାଜ୍ୟ ସରକାରଙ୍କର କି ପ୍ରକାର ମହତ ଉଦ୍ଦେଶ୍ୟ ଅଛି ତାର ସ୍ପଷ୍ଟୀକରଣ ତେବେ କି ? ରାଜ୍ୟ ସରକାର ବାଃ ବାଃ ନେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଦିନ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ତାହାର ସତ୍ୟତା କେତେ ତାହା ସ୍ପଷ୍ଟକରିବେ କି ? କିନ୍ତୁ ବାସ୍ତବ ଚିତ୍ରରେ ରାଜ୍ୟବାସୀ ଯେଉଁଭଳି ଭାବରେ କରୋନାର ପ୍ରକୋପରେ ମୃତ୍ୟୁବରଣ କରୁଛନ୍ତି ତାକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କିଛି ସଂକଳ୍ପ ବା ବିକଳ୍ପ ନାହିଁ । ଏହା କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ବ୍ୟତୀତ ଅନ୍ୟ କିଛି ନୁହେଁ । ସୂଚନାଯୋଗ୍ୟ ଯେ, Trained Unemployed Youth Welfare Trust ତରଫରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । କେସ୍ ନଂ.-w.p.c. ୧୬୮୦୫/୨୦୨୦ ତା ୧୬.୭.୨୦୨୦ରିଖ ଦିନ ଯେତେବେଳେ ଉଚ୍ଚ ନ୍ୟାୟାଳୟ ହୃଦ୍‌ବୋଧ କଲେ ମାମଲାଟିର ସତ୍ୟତା ଅଛି, ସେତେବେଳେ ରାଜ୍ୟ ସରକାର ଉକ୍ତ ସନ୍ଧ୍ୟାରେ ନିଜର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଯିବା ଭୟରେ ୭ ହଜାର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଘୋଷଣା କଲେ । ତାହା ପୁଣି ୯୦ ଦିନ ପାଇଁ ଯାହା ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ନଥିଲା ତ ? ଏବେ ସ୍ୱାସ୍ଥ୍ୟ ସଚିବ ମହୋଦୟ ସମସ୍ତ CCCS-TNC & CCH ବନ୍ଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏଥିରୁ ସ୍ପଷ୍ଟ ଭାବରେ ବାରି ହେଉଛି ଏହା ରାଜ୍ୟ ସରକାରଙ୍କ ଆନ୍ତରିକତା । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଥିବା ଉଚ୍ଚପଦସ୍ଥ ଅଫିସରମାନେ ଓ ଜିଲ୍ଲାପାଳମାନେ ନିଯୁକ୍ତି ଦିଆଯାଇଥିବା ଷ୍ଟାଫମାନଙ୍କୁ ବହିସ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କର ଏପରି କାର୍ଯ୍ୟ କଳାପକୁ ଆଉ ଗ୍ରହଣ କରାଯିବ ନାହିଁ ବୋଲି ସଂଗଠନର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ଏକ ସପ୍ତାହ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାନଯାଏ, ତାହେଲେ ଆଗକୁ ସାରା ରାଜ୍ୟରେ ଯେଉଁ ନିଆଁ ଜଳିବ ଓ ରାଜ୍ୟବାସୀ ଯେଉଁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେବେ, ସେଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କର ଅବହେଳା ଚରମ ସୀମାରେ ପହଞ୍ଚିଲାଣି ଶିକ୍ଷା ଦେବାକୁ ସେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି । ତେଣୁ ନିଜର ହକ୍ ଓ ରାଜ୍ୟ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକତ୍ର ହୋଇ ରଜ୍ୟା ସରକାରଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ସେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ