ରାଜ୍ୟରେ ଅପପୁଷ୍ଟି ସମସ୍ୟାର ସମାଧାନ କରୁଛି ଏସ୍ବିଆଇ ଲାଇଫ୍

ଭୁବନେଶ୍ୱର (ବ୍ୟୁରୋ): ଭାରତର ସର୍ବବୃହତ ଘରୋଇ ଜୀବନ ବୀମା ସଂସ୍ଥା ଏସ୍ବିଆଇ ଲାଇଫ୍ ରାଜ୍ୟରେ ଅପପୁଷ୍ଟି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶାର ଆକିନିଆରେ ଥିବା ଆନନ୍ଦ ମାର୍ଗ ସ୍କୁଲର ପିଲାଙ୍କ ପାଇଁ ମୌଳିକ ଆବଶ୍ୟକତା ସୁବିଧା ପ୍ରଦାନ କରିଛି । ଏହି ସ୍କୁଲରେ ଶିକ୍ଷା ଗ୍ରହଣ କରୁଥିବା ସମାଜର ଅର୍ଥନୈତିକ ସ୍ତରରେ ଦୁର୍ବଳ ଶ୍ରେଣୀର ୭୦ ଆବାସିକ ପିଲାଙ୍କୁ ଦୈନିକ ଦୁଇଟି ପ୍ରମୁଖ ମିଲ୍ ଏବଂ ତିନି ଥର ସ୍ନାକ୍ସ ପ୍ରଦାନ କରାଯାଉଛି । ଏହି ଅଭିଯାନରେ ପିଲାଙ୍କ ପାଇଁ ଏକ ସୁସ୍ଥକର ଭବିଷ୍ୟତ ଗଠନ କରିବା ଲକ୍ଷ୍ୟ ରଖାଯାଇଛି । ୟୁନିସେଫ ରିପୋର୍ଟ ଅନୁସାରେ ଓଡ଼ିଶାର ୫୭% ଆଦିବାସୀ ପିଲା ଦୀର୍ଘସ୍ଥାୟୀ ଅପପୁଷ୍ଟିର ଶିକାର ହେଉଛନ୍ତି । ଓଡ଼ିଶାର ଲୋକସଂଖ୍ୟା ୩୩ ନିୟୁତରୁ ଅଧିକ ଏବଂ ସେମାନଙ୍କ ମଧ୍ୟରୁ ଅନେକାଂଶ ପୋଷାଣ ଓ ମୌଳିକ ସ୍ୱାସ୍ଥ୍ୟ ସେବା ନେଇ ସଂଘର୍ଷ କରୁଛନ୍ତି । ଆଦିବାସୀ ଅଞ୍ଚଳରେ ବାସ କରୁଥିବା ତିନି ବର୍ଷରୁ କମ ବୟସର ପିଲାଙ୍କ ଠାରେ ଅପପୁଷ୍ଟି ସମସ୍ୟା ଅଧିକ । ସେହିପରି ୫ ବର୍ଷରୁ କମ ବୟସର ୪୫% ପିଲାଙ୍କ ଠାରେ ପୋଷଣ ମାତ୍ରା କମ ରହିଛି । ଯାହା ଦ୍ୱାରା ପ୍ରତିବର୍ଷ ୩ ନିୟୁତ ଜୀବନ ଚାଲିଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ