ରାଜ୍ୟରେ ଆଉ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଗଞ୍ଜାମରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଁଚିଛି । ଆକ୍ରାନ୍ତ ଜଣଙ୍କ ସୁରଟ ଫେରନ୍ତା ହୋଇଥିବାବେଳେ ସେ କ୍ୱାରେଂଟିନରେ ରହିଥିଲେ । ଏହା ସହିତ ନୟାଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ବୟସ ୪୦ ବର୍ଷ । ସେ ସୁରତରୁ ଫେରିବା ପରେ କ୍ୱାରେଂଟାଇନରେ ରହୁଥିଲେ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଁଚିଛି । ସେହିପରି ନୟାଗଡ଼କୁ ମିଶାଇ ରାଜ୍ୟର ୧୯ ଜିଲ୍ଲାରେ କରୋନା ପହଁଚିସାରିଛି । ସର୍ବାଗ୍ରେ ଗଞ୍ଜାମ ରହିଥିବାବେଳେ ଏହା ପଛକୁ ଯାଜପୁର ଓ ଖୋର୍ଦ୍ଧା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ, କଳାହାଣ୍ଡି, କୋରାପୁଟ, ଦେବଗଡ଼, ଢେଙ୍କାନାଳ, ପୁରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


